ଭୁବନେଶ୍ୱରରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ

162

ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ ।  ବିମାନ ବନ୍ଦରରୁ ସିଧା ଯିବେ ରାଜଭବନ । ସେଠାରେ ରାତ୍ର ଯାପନ କରିବେ । ଆସନ୍ତାକାଲି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦର ପରିସରରେ ଓଡିଶା ଲୋକକଳା ଓ ସଂସ୍କୃତି ର ଝଲକ ଦେଖିବାକୁ ମିଳିଛି ।  ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ବମପତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମେୟର ସୁଲୋଚନା ଦାସ, ପୋଲିସ ମହାନିର୍ଦେଶକ ।ଆସନ୍ତାକାଲି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ । ୧୧ଟା ବେଳକୁ ରାଜଭବନରୁ ସମ୍ମିଳନୀସ୍ଥଳ ଅଭିମୁଖେ ବାହାରିବେ। ସମାରୋହରେ ପ୍ରବାସୀଙ୍କ ଅବଦାନ ସମ୍ପର୍କରେ ଅଭିଭାଷଣ ରଖିବେ । ଏହାସହ ୧୭ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନୀତ କରିବେ । ସେଠାରେ ପ୍ରାୟ ୫ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦର ଅଭିମୁଖେ ବାହାରିବେ । ରାଷ୍ଟ୍ରପତିଙ୍କ କାରକେଡ ଯିବା ପାଇଁ ଦିନ ୧୧ଟା ୨୦ ମିନିଟରୁ ୧୧ଟା ୫୦ ମିନିଟ ଯାଏଁ ରାଜଭବନରୁ ନାଲକୋ ଛକ ରାସ୍ତା ସଂପୂର୍ଣ୍ଣ ବନ୍ଦ କରାଯିବ।

Comments are closed, but trackbacks and pingbacks are open.