ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

46

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛି। ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ସେହିପରି ବିମାନ ବନ୍ଦର ବାହାରେ ମଧ୍ୟ ତାଙ୍କୁ ସ୍ବାଗତ କରିବା ପାଇଁ ବିଭିନ୍ନ ନୃତ୍ୟର ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି କାରକେଡ ରେ ସିଧା ରାଜଭବନ ଆସିଥିଲେ। ସେଠାରେ ସେ କିଛି ସମୟ ଅବସ୍ଥାନ କରିବା ପରେ ସେଠାରେ ସେ କଳିଙ୍ଗ ଅତିଥୀ ଭବନକୁ ଉଦଘାଟନ କରିବେ। ଏହାପରେ ସେ  ଅପରାହ୍ନ ୪ ଟା ୨୦ ରେ ବିଧାନସଭାରେ ପହଞ୍ଚିବେ। ସେଠାରେ ସେ ୪ ଟା ୩୦ ରୁ ୫ ଟା ୩୦ ପର୍ଯ୍ୟନ୍ତ ଗୃହରେ ଅଭିଭାଷଣ ରଖିବେ।

Comments are closed, but trackbacks and pingbacks are open.