୨୪ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

56

ଭୁବନେଶ୍ୱର : ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆସନ୍ତା ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ମହାମହିମ୍ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ନୟାଗଡ଼ ଜିଲ୍ଲା ଗସ୍ତ କରିବେ। ସେଠାରେ କଣ୍ଟିଲୋ ନୀଳମାଧବଙ୍କ ପୂଜାର୍ଚ୍ଚନା କରିବା ପରେ ଅନ୍ୟ କାର୍ଯ୍ୟକ୍ରମ ଯୋଗଦେବେ । ରାଷ୍ଟ୍ରପତି ଜଗନ୍ନାଥ ସଂସ୍କୃତିର ମୂଳପୀଠ ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଶବର ରାଜା ବିଶ୍ବାବସୁ ଓ ଲଲିତାଙ୍କ ଜନ୍ମମାଟି ପରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ଓ ଏସପି । ଏହାପରେ ଭୁବନେଶ୍ବର ଫେରି ଆସି ରାଜଭବନରେ ରାତ୍ରୀଯାପନ କରିବେ । ୨୫ ତାରଖ ସକାଳୁ କଟକ ଗସ୍ତ କରିବେ । ରେଭେନ୍ସା ବିଶ୍ବିଦ୍ୟାଳୟର ୧୩ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଦ୍ରୌପଦୀ ମୁର୍ମୁ । ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ମହାମହିମ୍ ।

Comments are closed, but trackbacks and pingbacks are open.