ରାଷ୍ଟ୍ରପତି ସଂସ୍କୃତ ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ପ୍ରଦାନ କଲେ ଜ୍ଞାନପୀଠ ପୁରସ୍କାର

257

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ୨୦୨୩ ବର୍ଷ ପାଇଁ ସଂସ୍କୃତ ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ ପ୍ରସିଦ୍ଧ ଉର୍ଦ୍ଦୁ କବି ଓ ଗୀତିକାର ଗୁଲଜାରଙ୍କୁ ୨୦୨୩ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଉଭୟ ସାହିତ୍ୟିକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ପୁରସ୍କାର ପାଇବାରେ ଖୁସି ପ୍ରକାଶ କରି କହିଥିଲେ ଯେ ତାଙ୍କ ସାହିତ୍ୟିକ କାର୍ଯ୍ୟକୁ ସ୍ୱୀକୃତି ମିଳିଛି।

Comments are closed, but trackbacks and pingbacks are open.