ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

16

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଜି ହୋଲି ପାଳନ କରାଯାଉଛି । ସାଧାରଣ ଲୋକ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତେ ହୋଲି ଖେଳୁଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ହୋଲିର ଶୁଭକାମନା ଦେଇଛନ୍ତି ରାଷ୍ଟ୍ରପତିଙ୍କ ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ଏକ୍ସରେ ଦେଶବାସୀଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ‘ରଙ୍ଗର ପର୍ବ ହୋଲିର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଆନନ୍ଦର ଏହି ପର୍ବ ଏକତା, ପ୍ରେମ ଏବଂ ସଦ୍ଭାବନାର ବାର୍ତ୍ତା ଦିଏ । ଏହି ପର୍ବ ଭାରତର ମୂଲ୍ୟବାନ ସାଂସ୍କୃତିକ ଐତିହ୍ୟର ମଧ୍ୟ ପ୍ରତୀକ । ଆସନ୍ତୁ ଆମେ ସମସ୍ତେ ଭାରତ ମାତାର ସମସ୍ତ ସନ୍ତାନଙ୍କ ଜୀବନରେ ନିରନ୍ତର ପ୍ରଗତି, ସମୃଦ୍ଧି ଏବଂ ଖୁସିର ରଙ୍ଗ ଆଣିବା ପାଇଁ ପ୍ରତିଜ୍ଞା କରିବା ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଲେଖିଛନ୍ତି ଯେ, ‘ସମସ୍ତଙ୍କୁ ହୋଲିର ଶୁଭେଚ୍ଛା । ଆନନ୍ଦ ଏବଂ ଖୁସିରେ ପରିପୂର୍ଣ୍ଣ ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ଶକ୍ତି ସଞ୍ଚାର କରୁ ଏବଂ ଦେଶବାସୀଙ୍କ ମଧ୍ୟରେ ଏକତାର ରଙ୍ଗକୁ ଆହୁରି ଘନିଷ୍ଠ କରୁ, ଏହା ଆମର କାମନା ।’ ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ହୋଲି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ରାହୁଲ ଲେଖିଛନ୍ତି, ଆପଣ ସମସ୍ତଙ୍କୁ ହୋଲିର ଶୁଭକାମନା । ରଙ୍ଗର ପର୍ବ ଆପଣଙ୍କ ଜୀବନରେ ନୂଆ ଉତ୍ସାହ ଏବଂ ଖୁସି ଆଣୁ ।

Comments are closed, but trackbacks and pingbacks are open.