ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି

70

ଭୁବନେଶ୍ୱର: ଓଡ଼ିଶା ମିଲେଟ୍ସ ମିଶନ ଆସନ୍ତା ୯ ଓ ୧୦ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ଅନ୍ତର୍ଜାତୀୟ ମିଲେଟ୍ସ ସମ୍ମିଳନୀ ଆୟୋଜନ କରୁଛି । ଯାହାର ଥିମ୍ ହେଉଛି ମିଲେଟ୍ସ – ‘ଆଧୁନିକ ଅହ୍ୱାନ ପାଇଁ ପ୍ରାଚୀନ ଶସ୍ୟ’ । ଏଥିରେ ସ୍ଥାନୀୟ ଚାଷୀ, ମାତୃ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ ଏବଂ ଆହୁରି ଅନେକଙ୍କର ଯୋଗଦାନ ମିଲେଟ୍ସ ଗ୍ରହଣୀୟତା ଉପରେ ପ୍ରମୁଖ ପ୍ରଭାବ ପକାଇବ । ୨୦୧୭ରେ ଓଡ଼ିଶା ମିଲେଟ୍ସ ମିଶନ ଗଠନ କରାଯାଇଥିଲା ।

ରାଜ୍ୟର ମିଲେଟ୍ସ ସମ୍ଭାବନାକୁ ପୁନର୍ଜୀବିତ କରିବାର ଲକ୍ଷ୍ୟ ନେଇ ଏହା ଆଗେଇ ଚାଲିଛି । ୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ୍‌ସ ବର୍ଷ ଭାବରେ ସ୍ୱୀକୃତି ଦେବା ପରେ ମିଳିତ ଜାତିସଂଘ ଓ ଏଫଏଓ ଏହି ସୁପରଗ୍ରେନ ଉପରେ ତୀକ୍ଷଣ ଦୃଷ୍ଟିରଖିଛି । ଏଣୁ ଏହାର ବିଶ୍ୱବ୍ୟାପୀ ଗ୍ରହଣୀୟତା ଓ ଚାହିଦା ବୃଦ୍ଧିହେବାରେ ଲାଗିଛି ।

ଓଡିଶା ମିଲେଟ୍ସ ମିଶନ ଭବିଷ୍ୟତରେ ମିଲେଟ୍ସର ସ୍ୱରୂପ କିପରି ରହିବ ଏବଂ ଆଗାମୀ ପିଢ଼ିର ଖାଦ୍ୟପେୟ ଆବଶ୍ୟକତାରେ ଏହାର ଭୂମିକା କେମିତି ରହିବ ସେସବୁ ଦିଗ ପ୍ରତି ଯଥେଷ୍ଟ ନଜର ରଖିଛି । ଅନ୍ତର୍ଜାତୀୟ ମିଲେଟ୍ସ ସମ୍ମିଳନୀ ଏହାର ସାଂସ୍କୃତିକ ମୂଳ ଜନଜାତି ପରମ୍ପରାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରଚୁର ପରିମାଣରେ ପ୍ରାଧାନ୍ୟ ଦେବା ସହ ଅବିଚ୍ଛେଦ ଅଙ୍ଗ ଭାବରେ ବିବେଚନା କରିବ । ଜନଜାତିଙ୍କର ମିଲେଟ୍ସ ଉପରେ ଜ୍ଞାନ ତଥା ବି୨ବି ରାଉଣ୍ଡ ଟେବୁଲ ସମ୍ମିଳନୀରେ ମିଲେଟ୍ସ, ଏଫପିଓ ଓ ଅନ୍ୟାନ୍ୟ ସଙ୍ଗଠନ ମଧ୍ୟରେ ଯୋଗସୂତ୍ର ବୃଦ୍ଧି ଆଦି ବିଷୟ ପ୍ରତି ଯଥେଷ୍ଟ ଯତ୍ନବାନ ରହିବ । କାର୍ଯ୍ୟକ୍ରମକୁ ସଫଳ କରିବା ଲକ୍ଷ୍ୟରେ ରାଜ୍ୟ ମିଲେଟ୍ ମିଶନ ପ୍ରସ୍ତୁତି ଚୂଡ଼ାନ୍ତକରିଛି ।

Comments are closed, but trackbacks and pingbacks are open.