ପ୍ରାକ୍‍-ମଧୁମେହକୁ ରୋକାଯାଇପାରିବ: କିମ୍‌ସ ବିଶେଷଜ୍ଞ

31

ଭୁବନେଶ୍ୱର,୪୪: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମ ନ କରିବା କାରଣରୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଥିରେ ପରିବର୍ତ୍ତନ ଅଣାଯାଇପାରିଲେ ଲୋକମାନେ ପ୍ରାକ୍‍-ମଧୁମେହ (ପ୍ରି-ଡାୟାବେଟିସ୍‍) ଅବସ୍ଥାରୁ ନିଜକୁ ରକ୍ଷା କରିପାରିବେ । ବର୍ତ୍ତମାନ ପ୍ରାକ୍‍-ମଧୁମେହ ଭାରତରେ ଏକ ସମସ୍ୟା ରୂପେ ଉଭା ହୋଇଛି। ଠିକ୍‍ ସମୟରେ ଏହାର ପରୀକ୍ଷା ନିରୀକ୍ଷା କରା ନ ଗଲେ କ୍ଲିନିକାଲ ଡାୟାବେଟିସ୍ ମେଲିଟସ୍ ଆଡକୁ ଅଗ୍ରଗତି କରିଥାଏ । ପ୍ରତିବର୍ଷ ପ୍ରାକ୍‍-ମଧୁମେହ ଅବସ୍ଥାରେ ଥିବା ୩.୬ ରୁ ୮.୭ ପ୍ରତିଶତ ଲୋକ ମଧୂମେହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ପ୍ରାକ୍‍-ମଧୁମେହ କ୍ଷେତ୍ରରେ ଲୋକଙ୍କ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । ଯାହା ପରବର୍ତ୍ତୀ ସମୟରେ ହୃଦଘାତ ହେବାର ଆଶଙ୍କାକୁ ମଧ୍ୟ ବଢ଼ାଇଥାଏ । ଯଦି ଠିକ୍ ସମୟରେ ଏହାକୁ ଚିହ୍ନଟ କରାଯାଇ ଉପଯୁକ୍ତ ଚିକିତ୍ସା କରାଯାଏ ତେବେ ଏହି ଲକ୍ଷଣରୁ ବ୍ୟକ୍ତି ଦୂରେଇ ରହିପାରିବ । ଏହାର ଚିକିତ୍ସା ପ୍ରଣାଳୀ ଅତି ସରଳ ବୋଲି କିମ୍‌ସ ସୁପରସ୍ପେସିଆଲିଟି ତଥା ଆମେରିକୀୟ ଆସୋସିଏସନ୍ ଅଫ୍ କ୍ଲିନିକାଲ ଏଣ୍ଡୋକ୍ରାଇନୋଲୋଜି ପ୍ରଫେସର ଡାକ୍ତର ସମ୍ବିତ ଦାସ କହିଛନ୍ତି

Comments are closed, but trackbacks and pingbacks are open.