ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ବଢ଼ିଲା, ସିବିଆଇ ନିର୍ଦ୍ଦେଶକ ପଦରେ ଆଉ ୧ ବର୍ଷ ରହିବେ

274

ନୂଆଦିଲ୍ଲୀ : ନିକଟରେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାର ସମୟରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମଧ୍ୟ ଉପସ୍ଥିତ ଥିଲେ। ତେବେ ଏହି ବୈଠକ ସିବିଆଇର ନୂଆ ନିର୍ଦ୍ଦେଶକଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ଥିଲା ବୋଲି ସେତେବେଳେ ସୂଚନା ଦିଆଯାଇଥିଲା। କିନ୍ତୁ ବୁଧବାର ମିଳିଥିବା ସୂଚନାନୁସାରେ କେନ୍ଦ୍ର ସରକାର ଏବେ ସିବିଆଇର ନିର୍ଦ୍ଦେଶକ ଥିବା ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳକୁ ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି। ନୂଆ ସିବିଆଇ ଚୟନ ନେଇ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ମତପାର୍ଥକ୍ୟ ରହିବାରୁ ନୂଆ ସିବିଆଇ ମୁୂଖ୍ୟ ନିଯୁକ୍ତି ପ୍ରକ୍ରିୟାକୁ ବର୍ତ୍ତମାନ ସମୟ ପାଇଁ ସ୍ଥଗିତ ରଖାଯାଇଛି। ଏହିକ୍ରମେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳକୁ ଆଗାମୀ ୧ ବର୍ଷ ଯାଏ ସରକାର ବୃଦ୍ଧି କରିଛନ୍ତି। ପ୍ରକାଶ, ଶ୍ରୀ ସୁଦ୍ ୨୫ ମେ’ ୨୦୨୩ରେ ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସୁଦ କର୍ଣ୍ଣାଟକ କ୍ୟାଡରର ୧୯୮୬ ବ୍ୟାଚ୍ ଭାରତୀୟ ପୋଲିସ ସେବା (ଓଚଝ) ଅଧିକାରୀ। ଯେତେବେଳେ ତାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା, ସେ କର୍ଣ୍ଣାଟକର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରୁଥିଲେ।

Comments are closed, but trackbacks and pingbacks are open.