ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରତୀକ ସିଂ

34

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇପିଏସ ପ୍ରତୀକ ସିଂ । ୨୦୧୪ ବ୍ୟାଚର ଆଇପିଏସ୍ ପ୍ରତୀକ ସିଂଙ୍କୁ ଡିସିପି ଅଫିସରେ ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିମାନେ ସ୍ୱାଗତ କରିଥିଲେ । ଭୁବନେଶ୍ୱରରେ କାମ କରିବା ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ପ୍ରତୀକ ସିଂ । ଏହାଛଡା ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ପରିଚାଳନା, ଲୋକଙ୍କ ଅନୁକୂଳ ନୀତି ଏବଂ ଓଡିଶା ସରକାରଙ୍କ ୫ଟି ନୀତିର କାର୍ଯ୍ୟକାରିତା ଉପରେ ଧ୍ୟାନ ଦେବେ ଯାହା ଦ୍ୱାରା ଲୋକମାନେ ପୋଲିସ ଷ୍ଟେସନକୁ ଆସିବେ। କିନ୍ତୁ କଟକରେ ଡିସିପି ଭାବେ ଯେଉଁ ଅଭିଜ୍ଞତା ଅଛି ତାହା କାମ କରିବ ବୋଲି ସେ କହିଛନ୍ତି ।ତେବେ ରାଜଧାନୀରେ ଦୈନିକ ବଢ଼ୁଥିବା ଅପରାଧ ପାଇଁ ତାଙ୍କ କାର୍ଯ୍ୟ ଯୋଜନା ବିଷୟରେ ପଚରାଯିବାରୁ ସେ କହିଥିଲେ, “ମୁଁ ଏ ବିଷୟରେ ପ୍ରଥମେ ଅଧ୍ୟୟନ କରିବି ଏବଂ ବିଶ୍ଳେଷଣ କରିବା ପରେ ଅଧିକାରୀଙ୍କ ସହ ଆଲୋଚନା କରିବି ଏବଂ ସେହି ଅନୁଯାୟୀ ଯୋଜନା କରିବି।

ଗତ କିଛି ଦିନ ହେବ ଭୁବନେଶ୍ୱରରେ ବିଧାନସଭା ଅଧିବେଶନ ସମୟରେ ଆନ୍ଦୋଳନ କରୁଥିବା ବ୍ୟକ୍ତିଙ୍କ ବିଷ ପିଇ ଆତ୍ମହତ୍ୟା ହେଉ କିମ୍ବା ନିକଟରେ ଡ୍ରାଇଭରଙ୍କ ଆନ୍ଦୋଳନ ସମୟରେ ଦେଖାଯାଇଛି ଯେ ଗୁଇନ୍ଦା ବିଭାଗ ସମ୍ପୁର୍ଣ୍ଣ ବିଫଳ ହୋଇଛି । ଏହା ବିଷୟରେ ଡିସିପି କହିଛନ୍ତି, “ଯେହେତୁ ମୁଁ ଆଜି ଯୋଗ ଦେଇଛି, ପରିସ୍ଥିତି ଏବଂ ସିଷ୍ଟମକୁ ବିଶ୍ଳେଷଣ କରିବା ପାଇଁ ମୋତେ କିଛି ସମୟ ଦରକାର । ଆମେ ଆମ ଭୁଲ ଖୋଜିବୁ ଏବଂ ଅଧିକାରୀଙ୍କ ସହ ସାକ୍ଷାତ ପରେ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରିବୁ। ”

Comments are closed, but trackbacks and pingbacks are open.