୩ ଦିନ ପାଇଁ ଜାମିନ ପାଇଲେ ପ୍ରଶାନ୍ତ ଜଗଦ୍ଦେବ

104

ଭୁବନେଶ୍ୱର: ଶେଷରେ ମିଳିଲା ଜାମିନ । ୩ଦିନ ପାଇଁ ଅନ୍ତରୀଣ ଜାମିନ ପାଇଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବୁଥରେ ଇଭିଏମ ଭଙ୍ଗରୁଜା ଅଭିଯୋଗରେ ପୁଲିସ ପ୍ରଶାନ୍ତଙ୍କୁ ଗିରଫ କରିଥିଲା । ଏପରିକି ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ତେବେ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା ।  ତେବେ ଏବେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୯, ୧୦ ଓ ୧୧ ତାରିଖ ତିନି ଦିନ ପାଇଁ ତାଙ୍କୁ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।  ବୋଲଗଡ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଜେଲରେ ଅଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ୨୦୨୪ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮,୫୯୮ ଭୋଟରେ ପରାଜିତ କରିଥିଲେ ।

Comments are closed, but trackbacks and pingbacks are open.