ପ୍ରସାଦଙ୍କ ଟାର୍ଗେଟ୍ ରେ ସରକାର

447

ପୁରୀ: ପୁରୀ ଜିଲ୍ଲା କଂଗ୍ରେସ ଭବନରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ  । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା, ମରାମତି ଓ ଗଣତି ମଣତି ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ଓ ପୁରୀ ସହରରେ ମହାପ୍ରଭୁଙ୍କ ଜମିରେ ବସବାସ କରୁଥିବା ପ୍ରାୟ  ୮୦ ହଜାର ପରିବାର ସ୍ଥାୟୀ ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବା ଯୋଗୁଁ ସରକାରଙ୍କୁ ଏ ନେଇ ଟାର୍ଗେଟ କରିଛନ୍ତି ପ୍ରସାଦ ହରିଚନ୍ଦନ ।

କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଦର୍ଶନାର୍ଥୀଙ୍କ ପ୍ରବେଶ ଓ ପଶ୍ଚିମଦ୍ୱାର ଦେଇ ପରିଚୟପତ୍ର ଦେଖାଇ ପୁରୀଵାସୀଙ୍କ ପ୍ରସ୍ଥାନ ହେଉଥିବା ଯୋଗୁଁ ସାଧାରଣ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ତେଣୁ ସରକାର ତୁରନ୍ତ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ତୁରନ୍ତ ଚାରିଦୁଆର ଖୋଲିବାକୁ ଦାବି କରିଛନ୍ତି। ସେପଟେ ଦୀର୍ଘବର୍ଷ ହେବ ରତ୍ନଭଣ୍ଡାର ଖୋଲାନଯିବା ଓ ଏଏସଆଇ ଦ୍ୱାରା ରତ୍ନଭଣ୍ଡାର ଅସୁରକ୍ଷିତ ଓ ମରାମତି ଆବଶ୍ୟକ କୁହାଯିବା ଓ ଆଇନ ଅନୁଯାୟୀ ପ୍ରତ୍ୟକ ତିନିବର୍ଷରେ ରତ୍ନ ଅଳଙ୍କାର ଗଣନା କରିବା ନିୟମକୁ ସିଧାସଳଖ ରାଜ୍ୟ ସରକାର ଅବମାନନା କରୁଥିବା ପ୍ରସାଦ କହିଛନ୍ତି।

ଅନ୍ୟପଟେ ମହାପ୍ରଭୁଙ୍କ ଜମିରେ ପୁରୀ ସହରର ପ୍ରାୟ ୮୦ ହଜାର ପରିବାର ବସବାସ କରୁଥିବା ଲୋକମାନଙ୍କ ସମସ୍ୟା ସମାଧାନ କରି ସେମାନଙ୍କୁ ସ୍ଥାୟୀ ପଟ୍ଟା ଯୋଗାଇଦେବା ସହ ୧୦ ଡିସିମିଲ୍ ଭିତରେ ବସବାସ କରୁଥିବା ଲୋକମାନଙ୍କୁ ବିନା ଟଙ୍କାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ NOC ଦିଆଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରସାଦ କହିଛନ୍ତି। ତେବେ ଖୁବଶୀଘ୍ର ସରକାର ଏ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପଦକ୍ଷେପ ନନେଲେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। …

Comments are closed, but trackbacks and pingbacks are open.