ପ୍ରଥମ ଓଡ଼ିଆ ଖେଳାଳି ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ବୀରେନ୍ଦ୍ର – ଅମିତ ଙ୍କୁ ଅର୍ଜ୍ଜୁନ ପୁରସ୍କାର

16

ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି । ୬୨ ଜଣ କ୍ରୀଡାବିତଙ୍କୁ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ୩ ଓଡିଆଙ୍କୁ ମଧ୍ୟ ଜାତୀୟ ସମ୍ମାନରେ ସମ୍ମାନୀତ କରାଯାଇଛି । ଓଡିଆ ପାରାଅଲିମ୍ପିକ୍ସ ଖେଳାଳି ପ୍ରମୋଦ ଭଗତଙ୍କୁ ପ୍ର ମିଳିଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ। ଏହା ସହିତ ହକି ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ଏହା ପୂର୍ବରୁ ପାରା ବ୍ୟାଡମିଣ୍ଟନରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା ସେହିପରି ଟୋକିଓ ଅଲିମ୍ପିକ୍ସରେ ହକିରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥିରେ ଓଡିଶାର ଦୁଇ ଜଣ ଖେଳାଳି ଅମିତ୍ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅର୍ଜୁନ ଆଓ୍ଵାର୍ଡରେ ସମ୍ମାନିତ କରିଛନ୍ତି। ଏ।ଏମାନଙ୍କ ସହ ମୋଟ ୬୨ ଜଣ କ୍ରୀଡାବିତଙ୍କୁ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ।
ଅନ୍ୟ ହକି ଖେଳାଳିଙ୍କ ମଧ୍ୟରେ ରୂପିନ୍ଦର ପାଲ ସିଂହ, ସୁମିତ, ନୀଳକାନ୍ତ ଶର୍ମା, ମନନ୍ଦୀପ ସିଂହ, ସମସେର ସିଂହ, ଲଳିତ କୁମାର, ହାର୍ଦ୍ଦିକ ସିଂହ, ବିବେକ ସାଗର, ବରୁଣ କୁମାର, ସିମରନଜିତ ସିଂହ, ରୂପିନ୍ଦରପାଲ ସିଂହ ଆଦି ସାମିଲ୍।

ଆଜି ରାଜ୍ୟ କ୍ରୀଡ଼ାରେ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିହୋଇଛି। ତା ସହ ସମଗ୍ର ରାଜ୍ୟରେ ଖୁସିର ଲହରି ବି ଖେଳି ଯାଇଛି । ତିନିଜଣଯାକଙ୍କୁ ଏଥିଲାଗି ଚାରିଆଡ଼କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରମୋଦ ଓଡ଼ିଶାର ପ୍ରଥମ ଖେଳରତ୍ନ ହୋଇଛନ୍ତି। ଅନ୍ୟପକ୍ଷରେ ବୀରେନ୍ଦ୍ର ଓ ଅମିତଙ୍କ ପୂର୍ବରୁ ୯ଜଣ ଓଡ଼ିଆ ଅର୍ଜୁନ ପୁରସ୍କାର ପାଇ ସାରିଛନ୍ତି।

Leave A Reply

Your email address will not be published.