ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଲେ ପ୍ରମୋଦ ଭଗତ

48


ଜାପାନର ରାଜଧାନୀ ଟୋକିଓରେ ଖେଳାଯାଉଥିବା ପାରା ଅଲିମ୍ପିକ୍ସରେ ଶନିବାର ଦିନଟି ଭାରତ ପାଇଁ ବହୁତ ଖାସ ରହିଛି। ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ। ପୁରୁଷ ଏକକ ବର୍ଗ ଏସଏଲ ୩ରେ ଭଗତ ଚାମ୍ପିଅନ ହୋଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି। ବ୍ୟାଡମିଣ୍ଟନ ଏକକ ବର୍ଗ ଏଥିସହ ଭାରତ ପାରା ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ଚତୁର୍ଥ ଗୋଲ୍ଡ ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ପ୍ରମୋଦ ସେମି ଫାଇନାଲରେ ଜାପାନର ଦାଇସୁକେ ଫୁଜିହାରାଙ୍କୁ ୨-୦ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।

ବିଶ୍ୱର ୧ ନମ୍ବର ଖେଳାଳି ପ୍ରମୋଦ ଫାଇନାଲରେ ବ୍ରିଟେନ୍‌ର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ ଗେମ୍‌ରେ ହରାଇଛନ୍ତି। ୪୫ ମିନିଟ୍ ଧରି ଏହି ଖେଳ ଚାଲିଥିଲା। ପ୍ରଥମ ଗେମ୍‌ରେ ଆଗୁଆ ରହିବା ପରେ ୨ୟ ଗେମ୍‌ରେ ପ୍ରମୋଦ କମବ୍ୟାକ୍‌ କରିଥିଲେ। ଆଉ ବାଜି ପଲଟାଇ ସଂଘର୍ଷପୂର୍ଣ୍ଣ ଦ୍ଵିତୀୟ ସେଟରେ ଡାନିଏଲଙ୍କୁ ୨୧-୧୭ରେ ହରାଇ ଇତିହାସ ରଚିଥିଲେ।। ପ୍ରମୋଦ ସ୍ୱର୍ଣ୍ଣ ଜିତିବା ସହିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।

ଏହି ଇଭେଣ୍ଟରେ ଭାରତର ମନୋଜ ସରକାର ମଧ୍ୟ କାଂସ୍ୟ ପଦକ ଜିତିଛନ୍ତି। ଏଥିସହ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ମୋଟ୍ ପଦକ ସଂଖ୍ୟା ୧୭ରେ ପହଞ୍ଚିଛି। ଏହା ଭାରତର ପାରା ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ବିଶେଷ କରି ବରଗଡ଼ ଜିଲ୍ଲାର ଅତାବିରା ସ୍ଥିତ ତାଙ୍କ ଜନ୍ମମାଟିରେ ଲୋକ ଖୁସିରେ ବିଭୋର ହୋଇଯାଇଛନ୍ତି।

Leave A Reply

Your email address will not be published.