ନିରାଶ ହେଲେ ପ୍ରମିଳା

22

ପ୍ରମିଳା ବିଶୋୟୀଙ୍କ ଅସନ୍ତୋଷ । ସଂସଦ ଉପରେ ଖପ୍ପା ପ୍ରମିଳା । ସଂସଦରେ କହିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ । ବାରମ୍ବାର ଗୃହ ହେଉଛି ମୁଲତବୀ । ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚଳିତ ମାସ ୧୩ରୁ ଆରମ୍ଭ ହୋଇଛି । ହେଲେ ଶାସକ ଓ ବିରୋଧୀ ନିଜ ନିଜ ଦାବିରେ ଅଡି ବସିବାରୁ ସଂସଦର ପ୍ରଥମ ସପ୍ତାହ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଯାହାକୁ ନାପସନ୍ଦ କରିଛନ୍ତି ବିଜେଡି ସାଂସଦ ପ୍ରମିଳା ବିଶୋୟୀ ।

ପ୍ରମିଳା କହିଛନ୍ତି, ସେ ଚଳିତ ଅଧିବେଶନରେ ନିଜର ସଂସଦୀୟ କ୍ଷେତ୍ରର କିଛି ଗୁରୁତ୍ୱପୂଣ୍ଣ ପ୍ରସଙ୍ଗକୁ ସଦନରେ ଉପସ୍ଥାପନ କରିବା ପାଇଁ ପ୍ରସ୍ତୁତ ହୋଇ ଆସୁଛନ୍ତି । ହେଲେ ସଦନର କାର୍ଯ୍ୟ ସ୍ଥଗିତ ରହିବାରୁ ସେ କୌଣସି ପ୍ରସଙ୍ଗକୁ ଉଠାଇ ପାରିଲେ ନାହିଁ । ଯାହାକି ତାଙ୍କୁ ନିରାଶ କରିଛି । ଲଗାତାର ସଂସଦକୁ ମୁଲତବୀ କରାଯାଇଥିବାରୁ ତାଙ୍କ ଭଳି ଅନେକ ସାଂସଦ ବିଭିନ୍ନ ପ୍ରସଙ୍ଗକୁ ଗୃହରେ ଉଠାଇବାରୁ ବଞ୍ଚିତ ହୋଇଛନ୍ତି । ମିଶନ ଶକ୍ତି ଦ୍ୱାରା ମହିଳା ସଶକ୍ତିକରଣ ପ୍ରସଙ୍ଗ ଉପରେ ସେ ସଦନରେ କହିବା ପାଇଁ ଚାହୁଁଛନ୍ତି । କିନ୍ତୁ ସଦନରେ ହଟ୍ଟଗୋଳ ଆରମ୍ଭ ହେବାରୁ ସେ ଏଥିରୁ ବଞ୍ଚିତ ହେଉଥିବା ଦର୍ଶାଇଛନ୍ତି ।

ସଂସଦର କାର୍ଯ୍ୟ ଶୀଘ୍ର ସ୍ୱାଭାବିକ ଅବସ୍ଥାକୁ ଫେରୁ ବୋଲି ଆଶା ପ୍ରକାଶ କରିଛନ୍ତି ସାଂସଦ ପ୍ରମିଳା ବିଶୋୟୀ । ତେବେ ଗତକାଲି ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ବୟାନକୁ ନେଇ ହୁଲସ୍ତୁଲ ହୋଇଥିଲା ସଂସଦ । ରାହୁଲଙ୍କ ଠାରୁ କ୍ଷମା ଦାବି କରି ଶାସକ ବିଜେପି ଉଭୟ ସଦନରେ ହଟ୍ଟଗୋଳ କରିଥିଲେ । ଫଳରେ ଉଭୟ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

Comments are closed, but trackbacks and pingbacks are open.