ବିଜେପିରେ ସାମିଲ ହେଲେ ପ୍ରଫଲଙ୍କ ଦୁଇ ପୁଅ ଏବଂ ଭଉଣୀ

266

ଭୁବନେଶ୍ବର: ଶେଷରେ ବିଜେଡି ଛାଡି ବିଜେପିରେ ମିଶିଲେ ପ୍ରଫୁଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ। ସେମାନେ ହେଲେ ପ୍ରଫୁଲଙ୍କ ବଡ ପୁଅ ତଥା ଭଦ୍ରକର ପୂର୍ବତନ ପୌରଧ୍ୟକ୍ଷ ପ୍ରୟାସକାନ୍ତି ସାମଲ, ତାଙ୍କ ସାନପୁଅ ତଥା ଭଣ୍ଡାରୀପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତ ସାମଲ ଏବଂ ଭଉଣୀ ତଥା ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ। ବିଜେପିର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ସମସ୍ତେ ସେମାନଙ୍କ ସମର୍ଥକଙ୍କ ସହିତ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ ବିଶ୍ବାଳ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେଇ ଏମାନେ ବିଜେପିରେ ସାମିଲ ହୋଇଛନ୍ତି। କଂଗ୍ରେସର ଯୁବନେତା ପ୍ରକାଶ ଜ୍ୟୋତି ମହାକୁଡ଼ ମଧ୍ୟ ବିଜେପିରେ ଯୋଗ ଦେଇଥିବା ବେଳେ ଜିଲ୍ଲାର ୩୦ ଜଣ ସରପଞ୍ଚ ଓ ୩୫ ଜଣ ସମିତି ସଭ୍ୟଙ୍କ ସମେତ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ବିଜେଡି କର୍ମୀ ଆଜି ପଦ୍ମ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ସଭାପତି ମନମୋହନ ସାମଲଙ୍କ ସହିତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ମହାପାତ୍ର, ବିଧାୟକ ବାବୁ ସିଂ ଏବଂ ଭଦ୍ରକ ଜିଲ୍ଲାର ବିଜେପି ନେତାମାନେ ଯୋଗଦେଇଥିଲେ।

Comments are closed, but trackbacks and pingbacks are open.