କେନ୍ଦ୍ର ସଚିବ ଭାବେ ମନୋନୀତ ହେଲେ ପ୍ରଦୀପ୍ତ ମହାପାତ୍ର

26

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କ୍ୟାବିନେଟ ପକ୍ଷରୁ ଶୁକ୍ରବାର ୨୬ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ସଚିବ ପାହ୍ୟାକୁ ମନୋନୀତ କରାଯାଇଛି । ଏହି ୨୬ ଜଣଙ୍କ ମଧ୍ୟରେ ଅଛନ୍ତି ୧୯୮୮ ବ୍ୟାଚର ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ  ପ୍ରଦୀପ୍ତ କୁମାର ମହାପାତ୍ର । ପ୍ରଦୀପ୍ତ ମହାପାତ୍ର ଏବେ ଜଙ୍ଗଲ ନିଗମ ଅଧ୍ୟକ୍ଷ ଅଛନ୍ତି । ଖୁବ ଶୀଘ୍ର ତାଙ୍କୁ ନୂତନ ନିଯୁକ୍ତି ମିଳିବ ବୋଲି ଜଣାଯାଇଛି ।

ପ୍ରଦୀପ୍ତ ମହାପାତ୍ର ଓଡ଼ିଶା କ୍ୟାଡରର ଜଣେ ଦକ୍ଷ ଅଧିକାରୀ । ଏହା ପୂର୍ବରୁ ବିଭିନ୍ନ ବିଭାଗରେ ରହି ତାଙ୍କର ଦାୟିତ୍ୱ ଗୁରୁତ୍ୱର ସହ ନିଭାଇ ଆସିଛନ୍ତି । ୨୦୧୩ରେ ସେ ସ୍ୱତନ୍ତ୍ର ରିଲିଫ ଆୟୁ୍କ୍ତ ଭାବେ କାର୍ଯ୍ୟରତ ଥିଲେ । ସେ ସମୟରେ ହୋଇଥିବା ବାତ୍ୟା ଫାଇଲିନର ସୁପରିଚାଳନା ପାଇଁ ସେ ବିଶ୍ୱସ୍ତରରେ ପ୍ରଶଂସିତ ହୋଇଥିଲେ ।

ସେହିପରି ୨୦୨୦-୨୧ରେ କୋଭିଡ ସୁପରିଚାଳନା ନେଇ ମଧ୍ୟ ସେ ପ୍ରଶଂସିତ ହୋଇଥିଲେ । ଏହାବ୍ୟତୀତ ତିନିଥର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରଣୟନରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ ।

Comments are closed, but trackbacks and pingbacks are open.