କେସିଙ୍ଗା ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

67

କେସିଙ୍ଗା: ଭୁବନେଶ୍ବରରୁ ବିବାନ ଯୋଗେ ଉତ୍କେଲା ଏୟାର ଷ୍ଟିପରେ ସୋମବାର ପୂର୍ବାହ୍ନ ୧୦.୩୦ ଘଣ୍ଟା ସମୟରେ ପହଞ୍ଚିଥିଲେ । ତାଙ୍କୁ ପ୍ରଶାସନ ଓ ବିଭିନ୍ନ ମହିଳା ଗୃପ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଥମେ ବ୍ଲକର ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନୀ କ୍ଷେତ୍ର ଯୋଗମାୟା ପୀଠକୁ ପରିଦର୍ଶନ କରିଥିଲେ। ପରେ କେସିଙ୍ଗା ଜଗନ୍ନାଥ ମନ୍ଦିରକୁ ପରିଦର୍ଶନ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଋଷି ସାହ ମୁଖ୍ୟମନ୍ତ୍ରୀ ସଭାଗୃହ ରେସିଟିଜେନ ଫୋରମ କେସିଙ୍ଗା ତରଫରୁ ଆୟୋଜିତ ବାର୍ଷିକ ଦିବସ ୨୦୨୬ ରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ଉପମୁଖ୍ୟମନ୍ତ୍ରୀ କହିଥିଲେ, କଳାହାଣ୍ଡି ଜିଲାରେ ମୋ ବାପା ଇରିଗେଶନ ବିଭାଗ ଠିକାଦାର ଭାବେ କୋଟିକୋଟି ଟଙ୍କାର କାମ କରିଥିଲେ । ବାପାଙ୍କ ଅଧୁରା କାମକୁ ସମ୍ପୂର୍ଣ କରିବି । ପରେ କେସିଙ୍ଗା ସହର ସ୍ଥିତ ପିଏମ ଶ୍ରୀ ହାଇସ୍କୁଲରେ ନବ ନିର୍ମିତ ବାଳକ ହଷ୍ଟେଲର ଉଦଘାଟନ କରିଥିଲେ ଏବଂ କେସିଙ୍ଗା ପଞ୍ଚୟତ ସମିତିରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ମିଶନ ଶକ୍ତି ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଅପରାହ୍ନ ୩.୩୦ ସମୟରେ ମଧ୍ୟାନ୍ନ ଭୋଜନ ସାରି ଉତ୍କେଳାରୁ ଉଡାଜାହାଜ ଯୋଗେ କନ୍ଧମାଳ ଜିଲା ବାଲିଗୁଡା ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Comments are closed, but trackbacks and pingbacks are open.