ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିଲେ ପାୱାର୍‌

19

ମୁମ୍ବାଇ: ଏନ୍‌ସିପି ପ୍ରମୁଖ ଶରଦ ପାୱାର ଗୁରୁବାର ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି । ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାପରେ ଦୁହିଁଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ । ବୈଠକ ପ୍ରାୟ ଅଧାଘଣ୍ଟା ଧରି ଚାଲିଥିଲା । ଏହାପରେ ପାୱାର ଏକ ଟ୍ୱିଟ୍ କରିଛନ୍ତି ।

ଏଥିରେ କୁହାଯାଇଛି ମୁମ୍ବାଇର ଅମୃତ ମହୋତ୍ସବ ବାର୍ଷିକୀ ଅବସରରେ ମରାଠା ମନ୍ଦିର ସଂସ୍ଥାନ ବର୍ଷ ପୂର୍ତ୍ତି ସମାରୋହର ଆୟୋଜନ କରିବ । ସଂସ୍ଥାନର ଅଧ୍ୟକ୍ଷ ଭାବେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛି ।

ଏହା ସହିତ ମରାଠୀ ସିନେମା, ରଙ୍ଗମଞ୍ଚ ଏବଂ କଳା କ୍ଷେତ୍ରର କଳାକାର ଓ ଶିଳ୍ପୀଙ୍କ ସମସ୍ୟା ଉପରେ ଆଲୋଚନା କରିଛି ।

Comments are closed, but trackbacks and pingbacks are open.