ଆଳୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଓ ହେଲ୍ପର ମୃତ

58

ଭୁବନେଶ୍ବର: ଏକ ଆଳୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରକ ଡ୍ରାଇଭର ଓ ହେଲ୍ପର ଆଳୁ ବସ୍ତା ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି । ଆଜି ଭୋର ସମୟରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆଳୁ ବୋଝେଇ ଟ୍ରକ ତଳନଗର ନିକଟରେ ଅନ୍ୟ ଏକ ଟ୍ରକ୍‌କୁ ଧକ୍କା ଦେବା ସହ ରାସ୍ତାର ଡିଭାଇଡରେ ପିଟି ହୋଇଯାଇଥିଲା । ଫଳରେ ଟ୍ରକ୍ ଓଲଟି ପଡ଼ିଥିଲା । ଡ୍ରାଇଭର ଏବଂ ହେଲ୍ପର ଆଳୁ ବସ୍ତା ସହିତ ଟ୍ରକରୁ ଛିଟିକି ପଡ଼ିଥିଲେ ଏବଂ ଟ୍ରକ ତଳେ ଚାପି ହୋଇଯାଇଥିଲେ ।
 

Comments are closed, but trackbacks and pingbacks are open.