ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ପ୍ରକାରର ଡାକ ଏବଂ ପାର୍ସଲ ସେବାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ବିମାନ ଏବଂ ସ୍ଥଳପଥ ମାଧ୍ୟମରେ ହେଉଥିବା ସମସ୍ତ ଡାକ ଏବଂ ପାର୍ସଲ ଆଦାନ-ପ୍ରଦାନ ପାଇଁ ଲାଗୁ ହେବ। ଡାକ ବିଭାଗ ଏ ସମ୍ପର୍କରେ ଏକ ସାର୍ବଜନୀନ ନୋଟିସ୍ ଜାରି କରି ଏହି ନିଲମ୍ବନକୁ ନିଶ୍ଚିତ କରିଛନ୍ତି । ପୂର୍ବରୁ ଭାରତ ପାକିସ୍ତାନରୁ ସମସ୍ତ ପ୍ରକାରର ଆମଦାନୀ ଉପରେ ନିଷେଧ କରିଥିଲା । ଦେଶର ସୁରକ୍ଷା ଏବଂ ଲୋକଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଛନ୍ତି । ଏହି ନିୟମ ପାକିସ୍ତାନରୁ ଆସୁଥିବା କିମ୍ବା ଯାଉଥିବା ସମସ୍ତ ସାମଗ୍ରୀ ପାଇଁ ଲାଗୁ ହେବ । ବାଣିଜ୍ୟ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି । ଏହି ନିଷେଧ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ । ଦେଶର ସୁରକ୍ଷା ଏବଂ ସାର୍ବଜନୀନ ନୀତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
Comments are closed, but trackbacks and pingbacks are open.