ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଆଣିଛି ନୂଆ ଫିଚର। ଏଣିକି ଇଣ୍ଡିଆ ପୋଷ୍ଟରେ ଜରୁରୀ ଡକ୍ୟୁମେଣ୍ଟ କିମ୍ବା ପାର୍ସଲ ୨୪ ଘଣ୍ଟାରେ ପଠାଇହେବ। ମଙ୍ଗଳବାର ଭାରତୀୟ ଡାକ ବିଭାଗ ଏହି ନୂଆ ସେବାର ଆରମ୍ଭ କରିଛି। ବଡ଼ କଥା ହେଲା ଏହି ସର୍ଭିସରେ ଡାକ ବିଭାଗରୁ ଆପଣଙ୍କୁ ଲିଖିତ ଗ୍ୟାରେଣ୍ଟି ମିଳିବ। ଯଦି ନିର୍ଦ୍ଧାରିତ ସମୟରେ ଡେଲିଭରି ନହୁଏ, ତେବେ ‘ମନି ବ୍ୟାକ୍ ଗ୍ୟାରେଣ୍ଟି’ ଅନୁସାରେ ଆପଣଙ୍କୁ ପୂରା ଟଙ୍କା ଫେରସ୍ତ ହୋଇଯିବ।
ଡାକ ବିଭାଗର ୩ ନୂଆ ସେବା:- ୨୪ ସ୍ପିଡ୍ ପୋଷ୍ଟ: ଏଥିରେ ଆପଣଙ୍କୁ ଜରୁରୀ ଡକ୍ୟୁମେଣ୍ଟ ବୁକିଂର ଠିକ ପରଦିନ ହିଁ ପହଞ୍ଚିଯିବ।
୨୪ ସ୍ପିଡ୍ ପୋଷ୍ଟ ପାର୍ସଲ: ଏହା ଓଜନିଆ ସାମଗ୍ରୀ କିମ୍ବା ବକ୍ସ ପାଇଁ। ଏହାକୁ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ପହଞ୍ଚାଇଦିଆଯିବ।
୪୮ ସ୍ପିଡ୍ ପୋଷ୍ଟ: ଏଥିରେ ଆପଣଙ୍କ ପାର୍ସଲକୁ ପାଇଁ ୨ଦିନ ବା ୪୮ ଘଣ୍ଟାର ସମୟ ଲାଗିବ।
ଓଟିପି ବିନା ମିଳିବନି ପାର୍ସଲ:-
ଡାକ ବିଭାଗ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ମଧ୍ୟ ଅନେକ ଅପଗ୍ରେଡ କରିଛି
OTP ଆଧାରିତ ଡେଲିଭରି: ଏବେ ପୋଷ୍ଟମ୍ୟାନକୁ ଓଟିପି ଦେଲା ପରେ ଆପଣଙ୍କ ପାର୍ସଲ ଡେଲିଭରୀ ପାଇପାରିବେ।
ରିଅଲ୍ଟାଇମ୍ ଟ୍ରାକିଂ:ମୋବାଇଲରେ ଲାଇଭ୍ ଆପଣଙ୍କ ପାର୍ସଲ ଟ୍ରାକ କରିପାରିବେ। ବୁକିଂ ଠାରୁ ଡେଲିଭରି ପର୍ଯ୍ୟନ୍ତ ସବୁ ତଥ୍ୟ ମେସେଜ ମାଧ୍ୟମରେ ଜାଣିପାରିବେ।
ମାଗଣା ପିକଅପ୍: ଯଦି ଏକାଥରକେ ଏକାଧିକ ପାର୍ସଲ ବା ବଲ୍କ ବୁକିଂ କରୁଛନ୍ତି। ତେବେ ଡାକ ବିଭାଗ ଆପଣଙ୍କ ଘରୁ କିମ୍ବା ଅଫିସ୍ରୁ ମାଗଣାରେ ପାର୍ସଲ ରିସିଭ କରିବ
BNPL ସୁବିଧା: କର୍ପୋରେଟ ଏବଂ ବିଜନେସ ଗ୍ରାହକଙ୍କ ପାଇଁ ‘ବାଏ ନାଓ ପେ ଲେଟର’
ଡାକ ବିଭାଗ ଏହି ସର୍ଭିସକୁ ବର୍ତ୍ତମାନ ଦେଶର ୬ ପ୍ରମୁଖ ମେଟ୍ରୋ ସହରେ ଆରମ୍ଭ କରିଛି। ଏଥିରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ସାମିଲ ରହିଛି। ଏସବୁ ସହରରେ ଡେଲିଭରି ଟାଇମଲାଇନକୁ ପୂରା କରିବା ପାଇଁ ବିଭାଗ ଅଲଗା ଭାବେ ପ୍ରୋସେସିଂ ୟୁନିଟ୍ ତିଆରି କରାଯାଇଛି। ପାର୍ସଲ ପଠାଇବା ପାଇଁ ଉଡ଼ାଜାହାଜର ବ୍ୟବହାର ହେବ।
Comments are closed, but trackbacks and pingbacks are open.