ନିର୍ବାଚନ ପରବର୍ତ୍ତୀ ହିଂସା : ଭୁବନେଶ୍ୱର ଜିଜିପି କଲୋନୀରେ ବୁଲିଲା ଖଣ୍ଡା

49

ପୌର ନିର୍ବାଚନ ଫଳାଫଳ ପରେ ରାଜଧାନୀ ଭୁବନେଶ୍ୱର ଘଟି ଯାଇଛି ରକ୍ତାକ୍ତ ହିଂସାକାଣ୍ଡ । ଦୁଇ ଦିନ ପୂର୍ବରୁ ପୌର ଫଳାଫଳ ପ୍ରକାଶ ପାଇଥିବା ବେଳେ ଗତ କାଲି ରାଜଧାନୀ ଉପକଣ୍ଠରେ ରହିଥିବା ଜିଜିପି କଲୋନୀରେ କିଛି ଅଜଣା ଦୁର୍ବୃତ୍ତ ହାତରେ ଖଣ୍ଡା ଓ ବାଡ଼ି ନେଇ ଗାଳି ଗୁଲଜ କରି ଲୋକଙ୍କୁ ଭୟଭୀତ କରାଇଥିଲେ I ଏ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା I

ତେବେ ଘଟଣା ପରେ ପୋଲିସ ପ୍ୟାଟ୍ରୋଲିଂ ବଢାଇ ଦିଆଯାଇଛି । ପୋଲିସ ପଇଁତରା ମାରୁଥିଲେ ହେଁ ଏହି ଆକ୍ରମଣ ପଛରେ କାହାର ସମ୍ପୃକ୍ତି ରହିଛି ଜଣାପଡିନାହିଁ । ରାଜନୈତିକ ଆକ୍ରୋଶ କାରଣରୁ ଏହି ହିଂସାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ପହଞ୍ଚିବା ପରେ ସ୍ଥିତି ସ୍ୱାଭାବିକ ରହିଥିବା ଜଣାପଡିଛି ।

Comments are closed, but trackbacks and pingbacks are open.