ନିର୍ବାଚନ ପରବର୍ତ୍ତୀ ଝଟକା : ୨ ଗୁଣା ବଢିବ ରନ୍ଧନ ଗ୍ୟାସ

20

ଉପଭୋକ୍ତାଙ୍କ ଉପରେ ପଡିବ ପୁଣି ମାହାଙ୍ଗା ମାଡ଼ I ପ୍ରତିଥର ଭଳି ଏ ଥର ମଧ୍ୟ ନିର୍ବାଚନ ପରବର୍ତ୍ତୀ ଅବସ୍ଥାରେ ଖାଉଟି ଙ୍କ ମୁଣ୍ଡରେ ଲଦା ଯିବ ମହଙ୍ଗା ବଝୋ I ସେହି ଅନୁସାରେ ଆସନ୍ତା ଏପ୍ରିଲ ରୁ ରନ୍ଧନ ଗ୍ୟାସ ସହିତ ବଢିବ ବିଦ୍ୟୁତ ବିଲ I ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ଦେଶରେ ମାର୍ଚ୍ଚ ୭ ତାରିଖ ପରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ସାଙ୍ଗକୁ ରୋଷେଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ଘଟିବା ସ୍ଥିର ହେଇସାରିଛି I ବିଶ୍ୱରେ ଗ୍ୟାସ ଅଭାବ ହେତୁ ସିଏନଜି, ପିଏନଜି ଓ ବିଦ୍ୟୁତର ମୂଲ୍ୟ ବୃଦ୍ଧି ପାଇବ । ଏହା ସହିତ ଡ୍ରାଇଭିଂ ଗାଡ଼ି ସହିତ କାରଖାନାଗୁଡ଼ିକରେ ଉତ୍ପାଦନ ମୂଲ୍ୟ ମଧ୍ୟ ବୃଦ୍ଧିହୋଇପାରେ । ସରକାରଙ୍କ ଫର୍ଟିଲାଇଜର ସବସିଡି ବିଲରେ ମଧ୍ୟ ବୃଦ୍ଧି ହୋଇପାରେ । ମୋଟ ଉପରେ କହିବାକୁ ଗଲେ, ଏସବୁର ପ୍ରଭାବ କେବଳ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବ । ଆକଳନ ଅନୁସାରେ ଗ୍ୟାସ ମୂଲ୍ୟରେ ପ୍ରାୟ ୨ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। କାରଣ ଗ୍ୟାସ ଦର ସିଧା ସଳଖ ଅଶୋଧିତ ତୈଳ ଦର ସହ ସମ୍ପୃକ୍ତ ରହୁଛି।
ଅନ୍ୟପଟେ ଦେଖିବାକୁ ଗଲେ ବର୍ତ୍ତମାନ ପରିସ୍ଥିତିରେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଉତେଜନା ଯୋଗୁଁ ଅଶୋଧିତ ତୈଳର ଦରରେ ନିଆଁ ଲାଗିଛି । ଦର ବ୍ୟାରେଲ ପିଚ୍ଛା ୯୮ ଡଲାରରେ ପଂହଚିଛି । ଯୁଦ୍ଧ ସଙ୍କଟ ବଢିଲେ ଅଶୋଧିତ ତୈଳ ଦର ବ୍ୟାରେଲ ପିଚ୍ଛା ୧୦୦ ଡଲାର ପହଂଚିବା ଆଶଙ୍କା କରାଯାଉଛି । ଗତ ଦୁଇମାସ ମଧ୍ୟରେ ଅଶୋଧିତ ତୈଳର ଦର ହୁ ହୁ ହୋଇ ବଢୁଛି । ତେବେ କେନ୍ଦ୍ର ସରକାର ଏପ୍ରିଲ ମାସରେ ଗ୍ୟସ୍‌ ମୂଲ୍ୟ ସମୀକ୍ଷା କରିଥାନ୍ତି । ପ୍ରତି ୬ ମାସରେ ଏପ୍ରିଲ ଓ ଅକ୍ଟୋବରରେ ପ୍ରାକୃତିକ ଗ୍ୟାସ୍ ମୂଲ୍ୟ ସମୀକ୍ଷା ହୋଇଥାଏ। ଏଥିରେ ଗ୍ୟାସ ପ୍ରତି ୟୁନିଟ୍ ୨.୯ ଡଲାରରୁ ୬ ଅଥବା ୭ଡଲାର ପର୍ଯ୍ୟନ୍ତ ବୃଦ୍ଧି ହୋଇ ପାରେ ବୋଲି ଏବେ ବିଶେଷଜ୍ଞ ଆକଳନ କରୁଛନ୍ତି। ଗତ ଜାନୁୟାରୀରୁ ଡିସେମ୍ବର ୨୦୨୧ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ମୂଲ୍ୟ ଆଧାରରେ କେନ୍ଦ୍ର ସରକାର ଗ୍ୟାସ ଲାଗି ନୂଆ ଦର ସ୍ଥିର କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏଥିରେ ଗ୍ୟାସ ମୂଲ୍ୟ ବୃଦ୍ଧି ହେଲେ ନିଶ୍ଚିତ ତାହା ଉପଭୋକ୍ତା ଙ୍କ ଉପରେ ନିଶ୍ଚିତ ଚାପ ପକାଇବ ବୋଲି ଆଶଙ୍କା କରାଯାଉଛି।

Comments are closed, but trackbacks and pingbacks are open.