ଲୋକପ୍ରିୟ ଗାୟିକା ଆଶା ଭୋଁସଲେ ଅସୁସ୍ଥ: ହୃଦଘାତ ପରେ ହସ୍ପିଟାଲରେ ଭର୍ତ୍ତି

143

ନୂଆଦିଲ୍ଲୀ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ପ୍ରଚ୍ଛଦପଟ୍ଟ ଗାୟିକା ଆଶା ଭୋଁସଲେ ଅସୁସ୍ଥ ହୋଇ ପଡ଼ିଛନ୍ତି। ୯୨ ବର୍ଷୀୟା ଏହି ଲୋକପ୍ରିୟ ଗାୟିକା ହୃଦଘାତର ଶିକାର ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍ଗୀନ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଆଶା ଭୋଁସଲେ ଭାରତୀୟ ସିନେମା ଜଗତର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଗାୟିକା। ଗତ ୭ ଦଶନ୍ଧିରୁ ଅଧିକ ସମୟ ଧରି ସେ ହିନ୍ଦୀ ସମେତ ବିଭିନ୍ନ ଭାରତୀୟ ଭାଷାରେ ହଜାର ହଜାର କାଳଜୟୀ ସଙ୍ଗୀତରେ ନିଜର କଣ୍ଠଦାନ କରିଛନ୍ତି। ୧୯୪୦ ଦଶକରୁ ନିଜର ଗାୟନ ଜୀବନ ଆରମ୍ଭ କରିଥିବା ଆଶା, ଭଜନଠାରୁ ଆରମ୍ଭ କରି କ୍ୟାବାଟ୍ ପର୍ଯ୍ୟନ୍ତ ସବୁ ପ୍ରକାର ଗୀତ ଗାଇ ନିଜର ବହୁମୁଖୀ ପ୍ରତିଭାର ପରିଚୟ ଦେଇଛନ୍ତି। ତାଙ୍କର ଅସୁସ୍ଥତା ଖବର ପ୍ରଚାରିତ ହେବା ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଉଛି।

Comments are closed, but trackbacks and pingbacks are open.