ଭୁବନେଶ୍ବର ଗାଡ଼କଣ ଅଳିଆ ଗଦା ସ୍ଥିତି ସମୀକ୍ଷା କରିବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

164

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ବିନା କୌଣସି ସ୍ୱୀକୃତି ରେ ଗାଡ଼କଣ ଠାରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଅଳିଆ ଗଦାଇ ଅଧା ଭୁବନେଶ୍ୱର କୁ ହନ୍ତସନ୍ତ କରି ଆସୁଛି । ସୈନିକ ସ୍କୁଲ ଭଳି ଗୌରବ ମୟ ଅନୁଷ୍ଠାନର ଜମିକୁ ମାଡି ବସି ଦୁର୍ଗନ୍ଧ ସୃଷ୍ଟି କରି ଲକ୍ଷ ଲକ୍ଷ ଲୋକଙ୍କୁ ମରଣ ମୁହଁକୁ ଠେଲି ଚାଲିଛି । ଏହି ଅମାନବୀୟ କାର୍ଯ୍ୟକୁ ଦୀର୍ଘ ଦିନ ଧରି ବିରୋଧ କରି ଅନେକ ଆନ୍ଦୋଳନ ଓ଼ ଧାରଣା କାର୍ଯ୍ୟକ୍ରମ ହାତକୁ ନେଇ ବିରୋଧ କରି ଆସୁଛି ସୈନିକ ସ୍କୁଲ ବଞ୍ଚାଅ ଓ଼ ଅଳିଆ ଗଦା ହଟାଅ ଅଭିଯାନ । ଏହି କ୍ରମରେ ଅଭିଯାନର ପ୍ରତିନିଧି ମଣ୍ଡଳୀ ଦୁଇ ଦୁଇ ଥର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରେ ଆସି ବି ଏମ ସି ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ପୂର୍ବରୁ ପ୍ରଦୂଷଣ ବୋର୍ଡ ବି ଏମ ସି କୁ ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ଅଭିଯୋଗ ର ଉତ୍ତର ସହ ନିୟମ ଅନୁପାଳନ ନେଇ ସ୍ଥିତି ଦାଖଲ ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଏହି ସମସ୍ୟା ଉପରେ ଆଜି ଅଭିଯାନର ଦିଲୀପ ଦାସ ଶର୍ମା, ଚିନ୍ତାମଣି ବାରିକ, ନିମାଇଁ ଚରଣ ଦାସ, ଆଶୁତୋଷ ମିଶ୍ରଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ପଲ୍ୟୁସନ ବୋର୍ଡ କାର୍ଯ୍ୟାଳୟ ରେ ମେମ୍ବର ସେକ୍ରେଟାରୀ ଉମା ନାନ୍ଦୁରି ଙ୍କୁ ଭେଟି ଦାବୀ ଉପସ୍ଥାପନା କରିଥିଲେ । ଆଲୋଚନା ସମୟରେ ବରିଷ୍ଠ ବୈଜ୍ଞାନିକ ଉଷାରାଣୀ ପଟନାୟକ ଉପସ୍ଥିତ ଥିଲେ । ମେମ୍ବର ସେକ୍ରେଟାରୀ ଆଜି ସ୍ୱତନ୍ତ୍ର ଭାବେ ବିଏମସି କୁ କଡା ନିର୍ଦେଶ ଦିଆଯିବ ଓ଼ ନିଜେ ଅଳିଆ ଗଦା ପରିଦର୍ଶନରେ ଯିବେ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ କହିଥିଲେ । ଏହା ପରେ ଆଜି ଅପରାହ୍ନ ରେ ଏକ ତାଗିଦ ପୁର୍ଣ ଚିଠି ବି ଏମ ସି କମିଶନର କୁ କରିଥିଲେ । ତାଙ୍କ ଚିଠି ଅନୁଯାଇ ଯେହେତୁ ଆଜି ପର୍ଯ୍ୟନ୍ତ ଏହି ଦିଗରେ କୌଣସି ଅନୁପାଳନ ରିପୋର୍ଟ ପ୍ରାପ୍ତ ହୋଇନାହିଁ,ତେଣୁ ପୁନର୍ବାର ଅନୁପାଳନ ସ୍ଥିତି ଦାଖଲ କରିବାକୁ ଆଜି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ଏମ ସି କମିଶନ ର ଙ୍କୁ ଚିଠି କରିଛି । ସଠିକ ଓ଼ ସନ୍ତୋଷ ଜନକ ଉତ୍ତର ନିର୍ଧାରିତ ସମୟ ଭିତରେ ନଦେଲେ ଉପଯୁକ୍ତ ବିବେଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡ ଜଣାଇଛି । ତତସହିତ ଆସନ୍ତା କାଲି ଗlଡକଣ ଅଳିଆ ଗଦା ଓ଼ ଟି ଟି ଏସ ର ସ୍ଥିତି ସମୀକ୍ଷା ଓ଼ ଯାଞ୍ଚ କରାଯିବ । ଯାଞ୍ଚ ସମୟରେ ଦାୟିତ୍ୱ ରେ ଥିବା ଅଧିକାରୀ ଉପସ୍ଥିତ ରହି ଆବଶ୍ୟକୀୟ ଦସ୍ତାବିଜ ସହ ସମସ୍ତ ଅନୁଧ୍ୟାନ ରେ ସହଯୋଗ ପାଇଁ ନିର୍ଦେଶ ଦେଇଛି । ପ୍ରଦୂଷଣ ବୋର୍ଡ ର ଏହି ପଦକ୍ଷେପ କୁ ଆବାହକ ଭିକ୍ଷାକାରୀ ତ୍ରିପାଠୀ, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ ଅଶୋକ ପାଇକରାୟ ସ୍ୱାଗତ କରିବା ସହିତ ବିଏମସି ବେଆଇନ ଅଳିଆଗଦା ହଟାଇ ଲୋକଙ୍କୁ ହିନସ୍ଥା କରିବାରୁ କ୍ଷାନ୍ତ ରହୁ ନଚେତ ଦୁର୍ବାର ଆନ୍ଦୋଳନ ହେବ ବୋଲି କହିଛନ୍ତି ।

Comments are closed, but trackbacks and pingbacks are open.