ନୂଆପଡା ଉପନିର୍ବାଚନ ପାଇଁ ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

188

ଭୁବନେଶ୍ବର: ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ସେଥିପାଇଁ ଆଜି ସକାଳୁ ସମସ୍ତ ବୁଥକୁ ପୋଲିଂ ପାର୍ଟି ପଠାଇବା ଆରମ୍ଭ ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ବାବଧାନରେ ଏହି ବ୍ୟବସ୍ଥା କରାଯାଇଛି। ଆଜି ସଂଧ୍ୟା ସୁଦ୍ଧା ପୋଲିଂ ପାର୍ଟି ସେମାନଙ୍କ ବୁଥରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସକାଳୁ ସବୁ ବୁଥକୁ ପୋଲିଂ ପାର୍ଟି ଯିବା ଆରମ୍ଭ କରିଛନ୍ତି। କେତେକ ବୁଥରେ ପୋଲିଂ ପାର୍ଟି ପହଞ୍ଚିଥିବାର ଜଣାପଡିଛି। ତେବେ ଏହି ନିର୍ବାଚନ ମଣ୍ଡଳିର ଆଠଟି ବୁଥକୁ ଉତ୍ତେଜନା ପ୍ରବଣ ବୁଥ ଭାବେ ଗ୍ରହଣ କରାଯାଇଛି। ଫଳରେ ଏହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସେହିପରି ସୁନାବେଡା ଅଞ୍ଚଳକୁ ପୋଲିଂ ପାର୍ଟିଙ୍କୁ ସ୍ବତନ୍ତ୍ର ବାୟୁ ସେନା ହେଲିକାପ୍ଟରରେ ପଠାଯାଇଛି। ଏ ନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।  ପୋଲିଂ ପାର୍ଟିଙ୍କୁ ନେବା ଆଣିବା କରିବା ପାଇଁ ଦୁଇଟି ହେଲିକାପ୍ଟର ନିୟୋଜିତ କରାଯାଇଛି।

Comments are closed, but trackbacks and pingbacks are open.