ରାଜନୀତି ଭୋଗ ନୁହେଁ ସାଧନା: ନିତିନ

97

ନୂଆଦିଲ୍ଲୀ: ବିଜେପିରେ ନବୀନ ଅଧ୍ୟାୟର ଆରମ୍ଭ। ନୂଆ ବିଜେପି ଅଧ୍ୟକ୍ଷ ନିତିନ ନବୀନଙ୍କ ଅଭିଭାଷଣ। ଦାୟିତ୍ୱ ଗ୍ରହଣ କରିବା ପରେ କୃତଜ୍ଞତା ଜଣାଇଲେ। ଜଣେ ସାଧାରଣ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ମିିଳିଥିବାରୁ କୃତଜ୍ଞତା ଜଣାଇଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନକୁ ଭୂୟସୀ ପ୍ରଶଂସା କଲେ। ଏହା ସହ ସେ କହିଛନ୍ତି ଯେ ବିଦାୟୀ ଅଧ୍ୟକ୍ଷ ନଡ୍ଡାଙ୍କ କାର୍ଯ୍ୟକାଳ ପ୍ରେରଣା ଆଣି ଦେବ। କରୋନା କାଳରେ ସେବା ମନୋଭାବକୁ ଭୁଲି ପାରିବିନି। ଶାହ, ଗଡକାରୀଙ୍କ କାର୍ଯ୍ୟକାଳରେ ଅନେକ କିଛି ଶିକ୍ଷା ମିଳିଛି। ରାଜନୀତି ଭୋଗ ନୁହେଁ ସାଧନା। ରାଜନୀତି ହେଉଛି ଲମ୍ବା ମାରାଥନ, ଷ୍ଟାମିନା ଦରକାରା। ଆସନ୍ତା ୫ ରାଜ୍ୟ ନିର୍ବାଚନରେ କର୍ମକର୍ତ୍ତା ସଫଳତା ଆଣିବେ। କର୍ମକର୍ତ୍ତା ଆଧାରିତ ରାଜନୀତି ବିଜେପିର ବିଚାରଧାରା । ବିଜେପିର ଚିନ୍ତାଧାରା ସର୍ବବ୍ୟାପୀ, ସର୍ବାଦୃତ । ବିଜେପିର ମୁଖ୍ୟାଳୟ ଆମ ପାଇଁ ତୀର୍ଥସ୍ଥଳ । ଆଜିର ସମୟ ମୋ ପାଇଁ ସଂକଳ୍ପର ସମୟ ।

Comments are closed, but trackbacks and pingbacks are open.