ରାଜନୀତି ପ୍ରତିଶୃତି : କ୍ଷମତାକୁ ଆସିଲେ ଅଟା ଠୁ ଡାଟା ସବୁ ମାଗଣା

58

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଇସ୍ତାହାର ପତ୍ର ଜାରି କରିଛି । ‘ଭିଜନ ଡକ୍ୟୁମେଣ୍ଟ’ ନାମରେ ଜାରି କରାଯାଇଥିବା ମେନିଫେଷ୍ଟୋରେ ସାମାଜିକ ନ୍ୟାୟ ତଥା ସମ୍ବିଧାନର ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି କୁହାଯାଇଛି । ସପା ଦେଇଥିବା ପ୍ରତିଶ୍ରୁତିରୁ ଏହା ସ୍ପଷ୍ଟ ହୋଇଛି ଯେ ମହିଳା, କୃଷକ, ଗରିବ ଏବଂ ଯୁବକମାନଙ୍କ ଉପରେ ଦଳର ବିଶେଷ ଧ୍ୟାନ ରହିଛି । ସେଥିପାଇଁ ଅଟା ଠାରୁ ଡାଟା ପର୍ଯ୍ୟନ୍ତ ସବୁ ମାଗଣା ଦେବାକୁ ଘୋଷଣା କରାଯାଇଛି ।

ଏହା ବ୍ୟତୀତ ଆସନ୍ତା ବର୍ଷ ଜାତିୟ ଜନଗଣନା ଏବଂ 2029 ବର୍ଷ ସୁଦ୍ଧା ସମସ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏକ ପ୍ରତିଶୃତି ଦିଆଯାଇଛି । ଏଥିସହ ରାସନକାର୍ଡଧାରୀଙ୍କୁ ମାସକୁ ୫ଶହ ଟଙ୍କା ମାଗଣା ମୋବାଇଲ ଡାଟା ମିଳିବ । କେଜିରୁ ପିଜି ଝିଅଙ୍କୁ ମାଗଣା ଶିକ୍ଷା ଦିଆଯିବ । ମନରେଗା ଶ୍ରମିକଙ୍କୁ ୪୫୦ ଟଙ୍କା ଦେବାକୁ ଅଖିଳେଶଙ୍କ ଘୋଷଣା କରିଛନ୍ତି ।

ଏହା ସହିତ ଦଳ ଶାସନ କ୍ଷମତାକୁ ଆସିଲେ ମାଗଣା ଗହମ ବଦଳରେ ଏଣିକି ଅଟା ଦେବ ଦଳ । ଖାଲି ପଡିଥବା ସରକାରୀ ପଦବୀ ପୂରା କରାଯିବ । ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ, ସରକାରୀ ଚାକିରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ, ବିପିଏଲ ଶ୍ରେଣୀ ମହିଳାଙ୍କୁ ମାସିକ ୩ ହଜାର ଭତ୍ତା ଦିଆଯିବ ।

Comments are closed, but trackbacks and pingbacks are open.