ହାଇକୋର୍ଟରେ ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା

165

ଭୁବନେଶ୍ବର: ହାଇକୋର୍ଟରେ ପହଞ୍ଚିଛି ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା। ଏହି ମାମଲାରେ ଏକ ଜନସ୍ଵାର୍ଥ ମାମଲା ରୁଜୁ ହୋଇଛି। ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି। ଏହି ମାମଲାରେ ଅନ୍ତଃରାଜ୍ୟ ରାକେଟର ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ତେଣୁ ସିବିଆଇ ତଦନ୍ତ ଦ୍ଵାରା ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୧୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୫ ଜଣ ଦଲାଲ ରହିଛନ୍ତି। ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ପରୀକ୍ଷା ପରିଚାଳନା ସଂସ୍ଥା ପଞ୍ଚସଫ୍ଟର ମୁଖ୍ୟ ଶଙ୍କର ପୃଷ୍ଟି ଫେରାର ରହିଥିବାବେଳେ ତାଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି।

Comments are closed, but trackbacks and pingbacks are open.