କ୍ରାଇମ୍ ସ୍ପଟରେ ତଦନ୍ତ କଲେ ପୁଲିସ୍ ଡିଜି

31

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୧୦ ଦିନ ବିତି ସାରିଲାଣି । କିନ୍ତୁ ହତ୍ୟା କାରଣ ଏଯାଏ ସ୍ପଷ୍ଟ ହୋଇପାରିନାହିଁ । ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବା ସହିତ ଘଟଣା ରୋଚକ ମୋଡ ନେଉଛି । ଗତକାଲି ଘଟଣାସ୍ଥଳକୁ ଯାଇ ଗୋପାଳ ଦାସ ହତ୍ୟାର ଡେମୋ ଦେଖାଇଥିଲା । ତେବେ ହତ୍ୟାର ୧୦ ଦିନ ପରେ କ୍ରାଇମ ସ୍ପଟକୁ ଯାଇଥିଲେ ପୁଲସି ମହା ନିର୍ଦ୍ଦେଶକ ସୁନିଲ କୁମାର ବଂଶଲ । ବଂଶଲ ବରିଷ୍ଠ ଅଧିକାରୀଙ୍କ ସହ କ୍ରାଇମ ସ୍ପଟକୁ ଯାଇଛନ୍ତି ଓ ତଦନ୍ତ ପାଇଁ ଆହୁରି ସମୟ ଲାଗିବ ବୋଲି ସେକହିଛନ୍ତି ।

ତେବେ ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରୁଥିବାବେଳେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଅଧିକ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି କହିଛନ୍ତି ବଂଶଲ । ଅନ୍ୟପକ୍ଷେ ତଦନ୍ତର ଅନୁଧ୍ୟାନ କରୁଥିବା ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ମଧ୍ୟ କ୍ରାଇମ ସ୍ପଟକୁ ଯାଇଛନ୍ତି । ଜଷ୍ଟିସ ଦାସ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଛନ୍ତି । ଜଷ୍ଟିସ ଦାସ ବ୍ରଜରାଜନଗର କ୍ରାଇମ ସ୍ପଟକୁ ଯାଇ ଘଟଣାର ଟକିନିଖି ଅନୁଧ୍ୟାନ କରିଛନ୍ତି ।

ଜଷ୍ଟିସ ଦାସ ଗତକାଲି ଝାରସୁଗୁଡାରେ ପହଞ୍ଚିଥିବାବେଳେ ଆଜି କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହ କଡା ସୁରକ୍ଷା ମଧ୍ୟରେ ବ୍ରଜରାଜନଗର ଗାନ୍ଧି ଚୌକ ଯାଇଥଲେ । ଏଡିଜି ଅରୁଣ ବୋଥ୍ରା ତାଙ୍କୁ ତଦନ୍ତର ବିଭିନ୍ନ ଦିଗ ଉପରେ ସୂଚନା ଦେଇଥିଲେ ବେଳେ ତଦନ୍ତ ପାଇଁ ସମୟ ଲାଗିବ ବୋଲି କହିଛନ୍ତି ଜଷ୍ଟିସ ଦାସ । ତେବେ ହତ୍ୟାକାଣ୍ଡ ଉପରୁ କେବେ ପରଦା ହଟିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.