ମୃତ ମହିଳାଙ୍କ ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କଲା ପୋଲିସ

12

କାଠମାଣ୍ଡୁ: ନେପାଳର ପ୍ରଳୟଙ୍କାରୀ ବନ୍ୟା ପରେ ନାରାୟଣୀ ନଦୀରେ ପ୍ରବଳ ସ୍ରୋତରେ ଭାସିଆସିଥିବା ଜଣେ ମୃତ ମହିଳାଙ୍କ ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି।ନେପାଳ ପୁଲିସ୍ ୪୧ ସେକେଣ୍ଡର ଏକ ଭିଡିଓକୁ ପୁନର୍ବାର ଶେଆର କରି କହିଛି ଯେ, ମୃତ ମହିଳାଙ୍କ କାନରୁ କାନଫୁଲ ଚୋରି କରିଥିବା ଅଭିଯୋଗରେ ଏହି ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି।
ସେହି ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳିଛି ଯେ କାଠପଟା ଏବଂ ମୁଣ୍ଡ କେଶକୁ ଧରି ଅଭିଯୁକ୍ତମାନେ ପାଣିରୁ ଜଣେ ମହିଳାଙ୍କ ମୃତଦେହ ବାହାର କରୁଛନ୍ତି, ଏବଂ ତା’ପରେ ତାଙ୍କ ଦୁଇ କାନରୁ କାନଫୁଲ କାଢ଼ି ନେଉଛନ୍ତି ସେତିକି ବେଳେ ପାଖରେ ଛିଡ଼ା ହୋଇଥିବା ଅନେକ ଲୋକ ଏହାର ଭିଡିଓ ରେକର୍ଡିଂ କରୁଛନ୍ତି।ଭିଡିଓ ଆଧାରରେ ପୁଲିସ୍ ୨୫ ବର୍ଷୀୟ ମଦନ ଗୁରୁଙ୍ଗ ଏବଂ ୩୮ ବର୍ଷୀୟ ଉମେଶ ଚୌଧୁରୀଙ୍କୁ ଚିହ୍ନଟ କରିଥିଲା।

Comments are closed, but trackbacks and pingbacks are open.