ଆତଙ୍କବାଦୀଙ୍କୁ ହସ୍ତାନ୍ତର କଲେ ଆଲୋଚନା ହେବ: ମୋଦୀ

96

ଅପରେସନ ‘ସିନ୍ଦୂର’ପରେ ଉଭୟ ପାକିସ୍ତାନ ଏବଂ ଭାରତ ପକ୍ଷ ରୁ ପରସ୍ପର ଉପରେ ପ୍ରଚଣ୍ଡ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେବା ସହିତ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ। ପରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଭାରତ ସହିତ କଥା ହେବାରୁ ଶନିବାର ରାତିରେ ଅପରେସନ ‘ସିନ୍ଦୂର’କୁ ସାମୟିକ ସ୍ଥଗିତ ରଖାଯାଇଛି। କିନ୍ତୁ ତାହା ବନ୍ଦ ହୋଇନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଟ୍ରମ୍ପଙ୍କ ମଧ୍ୟସ୍ଥତା ଉପରେ ମୋଦୀ ସ୍ପଷ୍ଟ କରିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା ଭାରତର ଆବଶ୍ୟକ ନାହିଁ। ପାକ୍ ଅଧିକୃତ କାଶ୍ମୀର(ପିଓକେ) ଭାରତର। ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଭାରତକୁ ହସ୍ତାନ୍ତର କରୁ। ପିଓକେକୁ ଭାରତକୁ ଫେରାଉ। ଏହା ପରେ ଭାରତ କୌଣସି ପ୍ରସଙ୍ଗରେ ପାକିସ୍ତାନ ସହିତ ଆଲୋଚନା କରିବ ବୋଲି ମୋଦୀ କହିଛନ୍ତି।

Comments are closed, but trackbacks and pingbacks are open.