PMJJBY ଏବଂ PMSBY ସ୍କିମ୍: ଆସନ୍ତାକାଲି ଠାରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ସୁରକ୍ଷା ବୀମା ଯୋଜନା ହେବ ମହଙ୍ଗା

48

୭ ବର୍ଷ ପରେ ସରକାର ପ୍ରଧାନ ମନ୍ତ୍ରୀ ଜ୍ୟୋତି ବୀମା ଯୋଜନା (PMJJBY) ଏବଂ ପ୍ରଧାନ ମନ୍ତ୍ରୀ ସୁରକ୍ଷI ବୀମା ଯୋଜନା (PMSBY) ଯୋଜନାରେ ସଂଶୋଧନ କରି ଏହାର ପ୍ରିମିୟମ ରାଶି ବଢାଇ ଦେଇଛନ୍ତି।
ଉଭୟ ଯୋଜନାରେ ପ୍ରିମିୟମ ରାଶି ଦିନକୁ ୧ .୨୫ ଟଙ୍କା ବୃଦ୍ଧି କରାଯାଇଛି I ଏହି ପରି ବାର୍ଷିକ ପ୍ରିମିୟମକୁ ୩୩୦ ଟଙ୍କାରୁ ବୃଦ୍ଧି କରାଯାଇ ୪୩୬ ଟଙ୍କା କରାଯାଇଛି। ସେହିପରି ପିଏମଏସବିଓ୍ଵାଇ ପାଇଁ ବାର୍ଷିକ ପ୍ରିମିୟମ ୧୨ ଟଙ୍କାରୁ ବୃଦ୍ଧି କରାଯାଇ ୨୦ ଟଙ୍କା କରାଯାଇଛି। ନୂତନ ପ୍ରିମିୟମ ଦର ୨୦୨୨ ଜୁନ ୧ରୁ ଲାଗୁ ହେବ। ଯଦି ଆପଣଂକର କୌଣସି ବ୍ୟାଙ୍କ ରେ ଆକାଉଣ୍ଟ ଥାଏ ତେବେ ଆପଣ ଏହି ଯୋଜନାରେ ୪ ଲକ୍ଷ ପର୍ଯ୍ୟନ୍ତ ଲାଭ ପାଇଁ ପାରିବେ I

ଗତ ଆର୍ଥିକ ବର୍ଷର ଶେଷ ଆଡକୁ ଅର୍ଥାତ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ପିଏମଜେଜେବିଓ୍ଵାଇ ଏବଂ ପିଏମଏସବିଓ୍ଵାଇରେ ସକ୍ରିୟ ଉପଭୋକ୍ତାଙ୍କ ସଂଖ୍ୟା କ୍ରମଶଃ ୬.୪ କୋଟି ଏବଂ ୨୨ କୋଟି ରହିଥିଲା। ପିଏମଏସବିଓ୍ଵାଇର ଆରମ୍ଭଠୁ ନେଇ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ପ୍ରିମିୟମ ଭାବେ ୧୧୩୪ କୋଟି ଟଙ୍କା ରାଶି ଏକତ୍ରିତ କରାଯାଇଛି ଏବଂ ଦାବି ଉପରେ ୨୫୧୩ କୋଟି ଟଙ୍କା ପୈଠ କରାଯାଇଛି। ଏହି ପରି ପିଏମଜେଜେବିଓ୍ଵାଇ ଆଧାରରେ ପ୍ରିମିୟମ ଭାବେ ୯,୭୩୭ କୋଟି ଟଙ୍କା ଜମା ହୋଇଛି ଏବଂ ୧୪,୧୪୪ କୋଟି ଟଙ୍କା ପୈଠ କରାଯାଇଛି।ପ୍ରଧାନ ମନ୍ତ୍ରୀ ଜ୍ୟୋତି ବିମୋ ଯୋଜନା ଅଧୀନରେ ବ୍ୟାଙ୍କ କିମ୍ବା ଡାକଘର ଖାତାରେ ଜମା କରୁଥିବା ୧୮ ରୁ ୫୦ ବର୍ଷ ଆୟୁ ବର୍ଗ ପାଇଁ କୌଣସି କାରଣରୁ ମୃତ୍ୟୁ ଘଟିଲେ ଦୁଇ ଲକ୍ଷ ଟଙ୍କାର ଜୀବନ ବୀମା କଭର ଦିଆଯାଉଛି। ଦ୍ଵିତୀୟତଃ ପିଏମଏସବିଓ୍ଵାଇ ୧୮ ରୁ ୭୦ ବର୍ଷ ଆୟୁ ବର୍ଗର ଲୋକଙ୍କୁ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ସ୍ଥାୟୀ ବିକଳାଙ୍ଗ ହେଲେ ଦୁଇ ଲକ୍ଷ ଟଙ୍କା ଏବଂ ଆଂଶିକ ଭାବେ ସ୍ଥାୟୀ ବିକଳାଙ୍ଗ ହେଲେ ଏକ ଲକ୍ଷ ଟଙ୍କାର ବୀମା କଭର ଦିଆଯାଉଛି।

ଏହି ଯୋଜନା ପାଇଁ, ପୂର୍ବରୁ ଆପଣଙ୍କୁ କେବଳ ୩୩୦ ଟଙ୍କା ବାର୍ଷିକ ପ୍ରିମିୟମ ଦେବାକୁ ପଡୁଥିଲା, ଯାହା ବର୍ତ୍ତମାନ ୪୩୬ କୁ ବୃଦ୍ଧି କରାଯାଇଛି Iଏହା ଏକ ଟର୍ମ ବୀମା ପଲିସି ଏବଂ ଏହି ବୀମା ବାର୍ଷିକ ହୋଇଥାଏ I

Comments are closed, but trackbacks and pingbacks are open.