ବିହାରର ନାଳନ୍ଦା ଭଗ୍ନାବଶେଷ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

193

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଛନ୍ତି। ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ। ୨୦୧୬ରେ ନାଳନ୍ଦାର ଭଗ୍ନାବଶେଷକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

‘‘ନାଳନ୍ଦାର ଖନନ ହୋଇଥିବା ଅବଶେଷ ପରିଦର୍ଶନ କରିବା ଉଲ୍ଲେଖନୀୟ ଥିଲା। ପ୍ରାଚୀନ ବିଶ୍ୱରେ ଶିକ୍ଷାର ଅନ୍ୟତମ ଶ୍ରେଷ୍ଠ କେନ୍ଦ୍ରରେ ସମୟ ବିତାଇବା ଲାଗି ଏହା ଏକ ସୁଯୋଗ ଥିଲା। ଏହି କ୍ଷେତ୍ର ଏକଦା ଏଠାରେ ବିକଶିତ ହୋଇଥିବା ଜ୍ଞାନସମୃଦ୍ଧ ଅତୀତର ଗଭୀର ଝଲକ ପ୍ରଦାନ କରିଥାଏ। ନାଳନ୍ଦା ଏକ ବୌଦ୍ଧିକ ଭାବନା ସୃଷ୍ଟି କରିଛି ଯାହା ଆମ ଦେଶରେ ଆଗକୁ ବଢ଼ିବା ଜାରି ରଖିଛି।’’

Comments are closed, but trackbacks and pingbacks are open.