ଆସନ୍ତାକାଲି ବାରାଣସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

258

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ସହରାଞ୍ଚଳ ବିକାଶ ଏବଂ ସାଂସ୍କୃତିକ ଐତିହ୍ୟ ସମେତ ବହୁବିଧ କ୍ଷେତ୍ର ସହିତ ସମ୍ପର୍କିତ, ଯାହାର ଲକ୍ଷ୍ୟ ହେଉଛି ବାରାଣସୀରେ ସାମଗ୍ରିକ ସହରାଞ୍ଚଳ ରୂପାନ୍ତରଣ, ସାଂସ୍କୃତିକ ପୁନରୁଦ୍ଧାର, ଉନ୍ନତ ସଂଯୋଗୀକରଣ ଏବଂ ଜୀବନର ଗୁଣବତ୍ତା ବୃଦ୍ଧି କରିବା।

Comments are closed, but trackbacks and pingbacks are open.