ନୂଆଦିଲ୍ଲୀ: ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନ ସମ୍ମାନ ନିଧି କିସ୍ତି ଟଙ୍କା । ପିଏମ କିଷାନ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ତମ କିସ୍ତି ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିଛି ଟଙ୍କା । ବିହାରର ଭାଗଲପୁରର ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କିସ୍ତି ଟଙ୍କା ପଠାଇଛନ୍ତି । ଭାରତ ସରକାର କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଚଳାଇଛନ୍ତି। ଏହି ଯୋଜନା ଅଧୀନରେ ଯୋଗ୍ୟ କୃଷକମାନଙ୍କୁ ଆର୍ଥିକ ସୁବିଧା ଦିଆଯାଉଛି ଯାହା ଦ୍ୱାରା ସେମାନେ ଚାଷରେ ଏହି ଟଙ୍କାକୁ ନିୟୋଜିତ କରିପାରିବେ । ଏଥିପାଇଁ ପ୍ରତିବର୍ଷ ଏହି ଯୋଜନାରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬,୦୦୦ ଟଙ୍କା ପଠାଯାଏ ଏବଂ ଏହି ଟଙ୍କା ପ୍ରତ୍ୟେକ କିସ୍ତି ମାଧ୍ୟମରେ ୨,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ । ୨୦୨୪ ଅକ୍ଟୋବର ୫ ତାରିଖରେ ମହାରାଷ୍ଟ୍ରରୁ ୧୮ତମ କିସ୍ତି ପ୍ରଦାନ କରାଯାଇଥିବାବେଳେ ଆଜି ବିହାରରୁ ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ପିଏମ କିଷାନ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା । ୨୦୧୯ ଫେବୃଆରୀ ମାସରେ ମୋଦୀ ସରକାର ଏହାକୁ ଆରମ୍ଭ କରିଥିଲେ ।
Comments are closed, but trackbacks and pingbacks are open.