PM ମାଗଣା ସିଲାଇ ମେସିନ୍ ଯୋଜନା:ମାଗଣା ରେ ମିଳିବ ସିଲେଇ ମେସିନ୍, ବିନା ଖର୍ଚ୍ଚରେ କରନ୍ତୁ ଏହି କାମ

23

ଯଦି ଆପଣ ଘରେ ବସି ସିଲେଇ କରି ଆପଣଙ୍କର ରୋଜଗାର ବଢାଇବାକୁ ଚାହାଁନ୍ତି, ତେବେ ଏହି ଯୋଜନାଟି ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ I ପିଏମ ମୋଦୀ ଗତ ଦିନ ‘ମାଗଣା ସିଲେଇ ମେସିନ୍ ସ୍କିମ୍ 2022’ ଆରମ୍ଭ କରିଥିଲେ। ଦେଶର ମହିଳାମାନଙ୍କୁ ରୋଜଗାର ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା ଇ ଦେଶ ମହିଳାମାନଙ୍କୁ ରୋଜଗାର କରି ସ୍ୱାବଲମ୍ବୀ କରିବା ପାଇଁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ରି ସିଲେଇ ମେସିନ୍ ଯୋଜନା ୨୦୨୨’ର ଶୁଭାରମ୍ଭ କରିଛନ୍ତି I

ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଗରିବ ଏବଂ ଶ୍ରମିକ ଶ୍ରେଣୀ ମହିଳାଙ୍କୁ ମାଗଣାରେ ସିଲେଇ ମେସିନ୍ ଯୋଗାଇ ଦେବେ । ଏହି ଯୋଜନା ମାଧ୍ୟମରେ ମହିଳାମାନେ ସିଲେଇ ମେସିନ୍ ସହିତ ଘରେ ବସି କାମ ଆରମ୍ଭ କରିପାରିବେ I ସିଲେଇ ମେସିନ୍ ପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡିବ । ପ୍ରତ୍ୟେକ ରାଜ୍ୟର ପ୍ରାୟ ୫୦,୦୦୦ ମହିଳାଙ୍କ ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ଫ୍ରି ସିଲେଇ ମେସିନ୍ ଯୋଜନା ଦ୍ୱାରା ମହିଳାଙ୍କର ଆର୍ଥିକ ସମସ୍ୟା ଦୂର ହେବ । ଏହି ଯୋଜନା ଅଧିନରେ ୨୦ରୁ ୪୦ ବର୍ଷର ମହିଳା ଆବେଦନ କରିପାରିବେ । ସେମାନଙ୍କୁ ସିଲେଇ ମେସିନ୍ ପାଇଁ ଗୋଟିଏ ଟଙ୍କା ବି ଖର୍ଚ୍ଚ କରିବାକୁ ପଡିବନାହିଁ ।
ସଂପୂର୍ଣ୍ଣ ମାଗଣା ସିଲେଇ ମେସିନ୍ ଏହି ପରି କରନ୍ତୁ ଆବେଦନ
ସରକାରଙ୍କ ଏହି ଯୋଜନା ଅନୁଯାୟୀ ଗ୍ରାମ ଏବଂ ସହରର ମହିଳାମାନେ ଆବେଦନ କରିପାରିବେ। ଏହି ଯୋଜନା ଅନ୍ତର୍ଗତ ସିଲେଇ ମେସିନ୍ ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କର ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଆବଶ୍ୟକ ଯଥା ,: ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ରର ତାରିଖ, ଆୟ ପ୍ରମାଣ, ପାସପୋର୍ଟ ସାଇଜ୍ ଫଟୋ ଏବଂ ମୋବାଇଲ୍ ନମ୍ବର ଇତ୍ୟାଦି ଦେବାକୁ ପଡିବ I ଏହାସହିତ ଯଦି ଆବେଦନକାରୀ ଅକ୍ଷମ କିମ୍ବା ବିଧବା, ତେବେ ତାଙ୍କର ସମ୍ପୃକ୍ତ ପ୍ରମାଣପତ୍ର ରହିବା ଉଚିତ୍ I

କିପରି କରିବେ ଆବେଦନ:-
ପ୍ରଥମେ ଆପଣ ୱେବସାଇଟ୍ www.india.gov.in କୁ ଯାଆନ୍ତୁ I ମାଗଣା ସିଲେଇ ମେସିନ୍ ପାଇବା ପାଇଁ ଦିଆଯାଇଥିବା ଆବେଦନ ଫର୍ମକୁ ଡାଉନଲୋଡ୍ କରନ୍ତୁ I ଏହା ପରେ ଏହି ଆବେଦନ ଫର୍ମରେ ଆପଣଙ୍କର ବିବରଣୀ ପୁରଣ କରନ୍ତୁ I ଏହାପରେ ଆବେଦନ ପତ୍ରରେ ନିଜର ସମ୍ପୂର୍ଣ୍ଣ ତଥ୍ୟ ପୂରଣ କରନ୍ତୁ । ଶେଷରେ ସେଥିରେ ମଗାଯାଇଥିବା ଡକ୍ୟୁମେଣ୍ଟକୁ ଆଟାଚ୍ କରନ୍ତୁ ।

ଆବେଦନ ପତ୍ରକୁ ସଂପୃକ୍ତ କାର୍ଯ୍ୟାଳୟରେ ସବମିଟ୍ କରିବା ପରେ ଆପଣଙ୍କ ଆବେଦନ ପତ୍ରର ଯାଞ୍ଚ ହେବ । ଏହା ପରେ ଆପଣଙ୍କ ଆପ୍ଲିକେସନ ଫର୍ମ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ହେବ । ଏହା ପରେ ଆପଣଙ୍କୁ ମାଗଣାରେ ସିଲେଇ ମେସିନ୍ ମିଳିଯିବ ।

ଯୋଜନା ପାଇଁ ଯୋଗ୍ୟତା:-
ପ୍ରଧାନମନ୍ତ୍ରୀ ଫ୍ରି ସିଲେଇ ମେସିନ୍ ଯୋଜନା ୨୦୨୨ ଅଧିନରେ ଆବେଦନ କରୁଥିବା ମହିଳାଙ୍କ ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ହେବା ଉଚିତ୍ । ଯୋଜନା ଅନ୍ତର୍ଗତ ଶ୍ରମିକ ମହିଳାଙ୍କ ସ୍ୱାମୀଙ୍କ ରୋଜଗାର ୧୨,୦୦୦ରୁ ଅଧିକ ନହେଇଥିବା ଦରକାର । ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହୋଇଥିବା ମହିଳାମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ପ୍ରତି ରାଜ୍ୟର ୫୦ ହଜାର ମହିଳାଙ୍କୁ ମାଗଣାରେ ସିଲେଇ ମେସିନ୍ ଯୋଗାଇବେ କେନ୍ଦ୍ର ସରକାର ।

Comments are closed, but trackbacks and pingbacks are open.