ଚନ୍ଦ୍ର ଗ୍ରହଣ କେତେବେଳେ ହେବ ମା ଙ୍କ ପୂଜା ଜଣାନ୍ତୁ ?

29

ଭୁବନେଶ୍ଵର: ଆଜି ରାତି ପାହିଲେ କୁମାର ପୂର୍ଣ୍ଣିମା । ସନ୍ଧ୍ୟା ବେଳେ କୁମାରୀ ମାନେ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସ‌ହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ହେଲେ କାଲି ଚନ୍ଦ୍ର ଗ୍ରହଣ ହେତୁ ସନ୍ଧ୍ୟାବେଳେ ଦେବନୀତି ନିଷେଧ ରହିଛି ।

ଗ୍ରହଣ ସ୍ପର୍ଶ ହେବା ମାତ୍ରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥାଏ । ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ ପରେ ଅଙ୍ଗିରା, ଭୃଗୁ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିଥାନ୍ତି । ଚକ୍ରରାଜ ସୁଦର୍ଶନ ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ ପାକତ୍ୟାଗ ପୂର୍ବରୁ ରତ୍ନସିଂହାସନରେ ବିଜେ କରିବେ ।

କୁମାର ପୂର୍ଣ୍ଣିମା ଠାରୁ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା । ଚଳିତବର୍ଷ ଢେଙ୍କାନାଳରେ ମୋଟ ୩୮ଟି ପୂଜା ମଣ୍ଡପରେ ମା’ଙ୍କ ପୂଜା କରାଯାଉଥିବା ବେଳେ ୪ଟି ପୂଜା ମଣ୍ଡପରେ ମାଆଙ୍କର ଚାନ୍ଦିମେଢ଼ ହେଉଛି । ଦୀର୍ଘ ୧୧ ଦିନ ଧରି ଚାଲିବାକୁ ଥିବା ଏହି ଏହି ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବେ ।

ଏହାକୁ ନଜରରେ ରଖି ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ଜିଲ୍ଲା ପ୍ର୍ରଶାସନ, ପୋଲିସ ସହ ସମସ୍ତ ପୂଜା ମଣ୍ଡପ କର୍ମକର୍ତାଙ୍କ ବୈଠକ ଶେଷ ହୋଇଛି । ସହରରେ ଲାଗିଥିବା ସିସିଟିଭି ଗୁଡିକୁ ଆକ୍ଟିଭ କରିବା ସହ ରାସ୍ତାଘାଟ ଓ ପାନୀୟ ଜଳ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

Comments are closed, but trackbacks and pingbacks are open.