ବିମାନ ଦୁର୍ଘଟଣା:୧୯ ମୃତ

134

ନୂଆଦିଲ୍ଲୀ: ଯାତ୍ରୀବାହୀ ବିମାନ ଜଳିଗଲା । ଆଉ ସେଥିରେ ଥିବା ମୋଟ ୧୯ ଜଣ ଯାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଛି । ନେପାଳରେ ଏଭଳି ଏକ ଅଘଟଣର ଖବର ସାମନାକୁ ଆସିଛି । ଆଜି ଉଡ଼ାଣ ବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଅଘଟଣ ଘଟିଛି । ବିମାନଟି ଟେକ ଅଫ କରୁଥିଲା । ତେବେ ଏହି ସମୟରେ ବିମାନଟି ରନୱେରୁ ଖସିଯାଇଥିଲା । ରନୱେରୁ ଖସିଯିବା ପରେ ବିମାନରେ ନିଆଁ ଲାଗିଯାଇଥିଲା । ୧୯ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ଉଡ଼ାଣ ଆରମ୍ଭ କରୁଥିଲା । ତେବେ ରନୱେ ଖସିଯିବାର ବିମାନରେ ନିଆଁ ଲାଗିଯାଇଥିଲା । ଆଉ ସେଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୁତ୍ୟୁ ହୋଇଥିବା ଜଣାଯାଇଛି ।  ଉକ୍ତ ବିମାନଟି ସୌର୍ୟ୍ୟ ଏୟାରଲାଇନ୍ସର ଥିଲା। ଏହା ଆଜି ସକାଳ ୧୧ଟାରେ ୧୯ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ପୋଖରା ଯାଉଥିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।  ବିମାନରେ ୨ ଜଣ କ୍ରିଉ ଓ ଅନ୍ୟ ୧୭ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ଖବର ପାଇ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି।

Comments are closed, but trackbacks and pingbacks are open.