ରୋବଟ୍ ଦ୍ୱାରା ପିଜା ଡେଲିଭରି

30

ଏଣିକି ଡେଲିଭରି ବଏ ନୁହେଁ, ରୋବଟ୍ କରିବ ପିଜା ଡେଲିଭରି । ଭାନ୍‌କୋଭର ତଥା କାନାଡ଼ାର କେତେକ ସ୍ଥାନରେ ରୋବଟ୍ ମାଧ୍ୟମରେ ଗ୍ରାହକଙ୍କୁ ପିଜା ଡେଲିଭରି ସେବା ପ୍ରଦାନ କରିବ ପିଜା ହଟ୍ । ନିକଟରେ ଏ ନେଇ ପିଜା ହଟ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛିା । ଏହି ପିଜା ରେବାଟ୍‌କୁ ବିକଶିତ କରିଛି ସର୍ଭ ରୋବଟିକ୍ସ । ଏହା ରୋଜଗାର ହ୍ରାସ କରିବା ପରିବର୍ତ୍ତେ ଶ୍ରମାଭାବ ଶୂନ୍ୟସ୍ଥାନକୁ ପୂରଣ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ସର୍ଭ ରୋବଟିକ୍ସର ସିଇଓ ଅଲି କଷାନି । ଗାଡ଼ିରେ ଖାଦ୍ୟ ଡେଲିଭରି କରିବା ଦ୍ୱାରା ଗାଡ଼ିରୁ ନିର୍ଗତ ଧୂଆଁ ଦ୍ୱାରା ପରିବେଶ ପ୍ରଦୂଷଣ ହୋଇଥାଏ । ମାତ୍ର ପିଜା ଡେଲିଭରି ବଟ୍ ଇଲେକଟ୍ରିକ୍ ପରିଚାଳିତ ହୋଇଥିବାରୁ ପରିବେଶ ଦୂଷିତ ହେବାର ଆଶଙ୍କା ନାହିଁ । ଏଣୁ ଏହି ରୋବଟ୍ ପରିବେଶ ଅନୁକୂଳ । ସେହିପରି ଗ୍ରାହକ ରୋବଟ୍ ଦ୍ୱାରା ପିଜା ଡେଲିଭରି ଦେଲେ, ସେମାନଙ୍କୁ ଅତିରିକ୍ତ ଟିପ୍ ଦେବାକୁ ପଡ଼ିବ ନାହିଁ । ଗତ କିଛି ବର୍ଷ ହେବ ଆମେରିକାରେ ରୋବଟ୍ ଏହି ସେବା ଗ୍ରାହକଙ୍କୁ ପ୍ରଦାନ କରି ଆସୁଛି । ଏ ଯାବତ୍ ସେଠାରେ ରୋବଟ୍ ୨୫ ହଜାର ଖାଦ୍ୟ ଡେଲିଭରି କରିସାରିଲାଣି ।

Comments are closed, but trackbacks and pingbacks are open.