ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା, ସଂପୃକ୍ତ ଥିବା ବ୍ୟକ୍ତିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ :ଆଇନ ମନ୍ତ୍ରୀ

155

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ ଘଟଣାରେ ଯିଏବି ସଂପୃକ୍ତ ଥିବ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁଲିସ ତା’ର କାର୍ଯ୍ୟ କରୁଛି । ତଦନ୍ତ ସଠିକ୍‌ ଭାବେ କରାଯାଉଛି ।ମନ୍ତ୍ରୀ କହିଛନ୍ତି ଯେ ଘଟଣାରେ ଯିଏବି ସଂପୃକ୍ତ ଥିବ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁଲିସ ତା’ର କାର୍ଯ୍ୟ କରୁଛି। ତଦନ୍ତ ସଠିକ୍‌ ଭାବେ କରାଯାଉଛି ।

 ଘଟଣାରେ ବିଜେଡି ନେତାଙ୍କ ସଂପୃକ୍ତି ଥିବା ଜାଣିବା ପରେ ବିଜେଡିର ପୂର୍ବତନ ବିଧାୟକ ତଥା ଜିଲା ସଭାପତି ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି। ତାଙ୍କ ସହିତ ଅନ୍ୟ ୪ଜଣ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅନ୍ୟମାନେ ହେଲେ ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ ଏବଂ ପୂର୍ବତନ କର୍ପୋରେଟର ମଲେ ବିଶୋଇ। ଏହି ଘଟଣାରେ ବର୍ତମାନ ସୁଦ୍ଧା ୧୨ ଜଣ ଗିରଫ ହୋଇଥିବା ନେଇ ଏସପି ସୂଚନା ଦେଇଛନ୍ତି। ବିଳମ୍ବିତ ରାତିରୁ ପୋଲିସ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ଅଟକ ରଖିଥିଲା। ତାଙ୍କୁ ଅଟକ ରଖାଯିବା ପ୍ରତିବାଦରେ ବିଜେଡି କର୍ମୀମାନେ ବ୍ରହ୍ମପୁର ଏସ୍‌ପି ଅଫିସ୍ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସ୍‌ପି ଅଫିସ୍ ଓ କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ବର୍ତ୍ତମାନ ଗିରଫ ହୋଇଥିବା ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର କୋର୍ଟ ପରିସରକୁ ଅଣାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

Comments are closed, but trackbacks and pingbacks are open.