ପିପିଲି : ନିର୍ବାଚନ ପ୍ରଚାର ବେଳେ ଶାସକ ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

20

ପୁରୀ ଜିଲ୍ଲା ପିପିଲିରେ ପ୍ରାକ – ନିର୍ବାଚନୀ ହିଂସା I ନିର୍ବାଚନ ପ୍ରଚାର ସମୟରେ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ତେବେ ଘଟଣାସ୍ଥଳରୁ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ସ୍ଥାନୀୟ ଜଣେ ସାମ୍ବାଦିକ ମଧ୍ୟ ଏଥିରେ ଆହତ ହୋଇଛନ୍ତି I ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶ୍ରୀ ସାହୁଙ୍କ ସମର୍ଥକ ମାନେ ତେଇସିପୁର ସ୍ଥିତ ପୋଡଙ୍ଗ ଗ୍ରାମ୍ୟଛକ ନିକଟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଏକ ଘଣ୍ଟାକାଳ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡିମୋଟର ଅଟକି ରହିଥିବା ବେଳେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶ୍ରୀ ସାହୁଙ୍କ ସମର୍ଥକ ମାନେ ତେଇସିପୁର ସ୍ଥିତ ପୋଡଙ୍ଗ ଗ୍ରାମ୍ୟଛକ ନିକଟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଏକ ଘଣ୍ଟାକାଳ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡିମୋଟର ଅଟକି ରହିଥିବା ବେଳେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।
ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁ ନିଜର ସମର୍ଥକଙ୍କ ସହ ତେଇସିପୁର ପଞ୍ଚାୟତର ପୋଟଳ ଗ୍ରାମରେ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କରୁଥିବା ସମୟରେ ହଠାତ୍‍ ବିପକ୍ଷ ଗୋଷ୍ଠୀର କେତେକ ଅସାମାଜିକ ଯୁବକ ସେଠାରେ ପହଞ୍ଚି ଶ୍ରୀ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଶ୍ରୀ ସାହୁଙ୍କ ସମେତ ତାଙ୍କ ସମର୍ଥକ ପାଲଟା ଆକ୍ରମଣ କରି ବିପକ୍ଷ ଗୋଷ୍ଠୀ ଙ୍କୁ ନିର୍ଘାତ ମାଡ଼ ମାରିଥିଲେ ଇ ଏହି ମୁହଁ ମୁହିଁ ଗଣ୍ଡଗୋଳ ରେ ଶ୍ରୀ ସାହୁ ଙ୍କ ସମେତ ଉଭୟ ଗୋଷ୍ଠୀ ର ଅନେକ କର୍ମୀ ଆହତ ହୋଇଛନ୍ତି I

Comments are closed, but trackbacks and pingbacks are open.