ବିଗୁଡୁଛି ପିଣ୍ଟୁଙ୍କ ସ୍ୱାସ୍ଥ୍ୟବସ୍ଥା; ଆଶୀର୍ବାଦ ମାଗିଲେ ଅଭିନେତା ଶ୍ରୀତମ

18

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ସେ ହାଇଦ୍ରାବାଦ ଯଶୋଦା ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର ଧର୍ମେଶ କାପୁରଙ୍କ ତତ୍ତ୍ୱାବଧାନରେ ୪୭ ବର୍ଷ ବୟସ୍କ ପିଣ୍ଟୁ ନନ୍ଦଙ୍କର ଚିକିତ୍ସା ଚାଲିଛି । ପିଣ୍ଟୁ ନନ୍ଦଙ୍କର ଆକ୍ୟୁଟ କ୍ରୋନିକ ଲିଭର ଫେଲ୍ୟୁୟର ହୋଇଛି ।

ଗତ ସପ୍ତାହରେ ଚିକିତ୍ସା ପାଇଁ ଦିଲ୍ଲୀର ଇନଷ୍ଟିଚ୍ଯୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନ୍ସରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ବି ପିଣ୍ଟୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଅଭିନେତା ଶ୍ରୀତମ ଦାସ, ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସୂଚନା ଦେଇଛନ୍ତି । ମେଡିକାଲ ବେଡରେ ପିଣ୍ଟୁଙ୍କ ଫଟୋ ସହ ଶ୍ରୀତମ ସେୟାର କରିଛନ୍ତି ମେଡିକାଲ୍ ସାର୍ଟିଫିକେଟର ଫଟୋ । ଲେଖିଛନ୍ତି, ପିଣ୍ଟୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ତାଙ୍କୁ ସମସ୍ତଙ୍କ ଆଶୀର୍ବାଦ ଦରକାର । ଜୟ ଜଗନ୍ନାଥ ।

Comments are closed, but trackbacks and pingbacks are open.