ପୁରୀ ଯାଉଥିବା ତୀର୍ଥଯାତ୍ରୀ ବସ୍ କୁ ପିଟିଲା ହାଇଓ୍ବା, ୨୦ ଆହତ

27

ଖୋର୍ଦ୍ଧା: ତୀର୍ଥଯାତୀଙ୍କ ବସକୁ ପଛପଟୁ ଧକ୍କା ଦେଇଛି ହାଇୱା । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ କୁ ପଛପଟୁ ହାଇୱା ଧକ୍କା ଦେଇଛି । ଫଳରେ ୨୦ ଆହତ ହୋଇଛନ୍ତି ।

ଖବର ମୁତାବକ, ରାୟଗଡା ଗୁଡାରି ଏନଏସି ଅଞ୍ଚଳର ୪୫ ଯାତ୍ରୀଙ୍କୁ ନେଇ ବସ୍ ଟି ଜଗା ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ପାଇଁ ପୁରୀ ଯାଉଥିଲା । ଏହି ସମୟରେ ଗଡ ଖୋର୍ଦ୍ଧା ଛକ ନିକଟରେ ତୀର୍ଥଯାତ୍ରୀ ବସ୍ ଟି ରହିଥିବାବେଳେ, ପଛରୁ ଏକ ହାଇଓ୍ବା ଆସି ବସ୍ ଟିକୁ ଧକ୍କା ଦେଇଥିଲା ।

ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପୋଲିସ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Comments are closed, but trackbacks and pingbacks are open.