ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟା ମାମଲା : ୩ ଗିରଫ , ୱେବ୍‌ ପୋର୍ଟାଲ ମାଲିକାଣୀ ଫେରାର

27

ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲା । ଧୀରେଧୀରେ ଏହି ଜଘନ୍ୟ ହତ୍ୟା କାଣ୍ଡ ମାମଲାରୁ ପରଦା ହଟାଇବାକୁ ସକ୍ଷମ ହୋଇଛି ଚାନ୍ଦବାଲି ପୋଲିସ । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ମାନସଙ୍କ ହତ୍ୟା ପଛରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୱେବ୍‌ ପୋର୍ଟାଲ ମାଲିକାଣୀ ଫେରାର ରହିଛନ୍ତି I ୱେବ୍‌ ପୋର୍ଟାଲ ମାଲିକାଣୀ ଙ୍କ ନାଁ ଶର୍ମିଷ୍ଠା ରାଉତ ହୋଇଥିବା ବେଳେ ତାଙ୍କର ‘ସମ୍ପୂର୍ଣ୍ଣ’ ନାମକ ୱେବ ପୋର୍ଟାଲ ସହିତ ସାପ୍ତାହିକ ଖବରକାଗଜ ରହିଛି I
ସୂଚନାନୁସାରେ ସମ୍ପୃକ୍ତ ୱେବ ପୋର୍ଟାଲ ମାଲିକାଣୀ ଜଣକ ଭୁବନେଶ୍ୱର ଉପକଣ୍ଠରେ ‘ଦୟାଲ ଆଶ୍ରମ’ ନାମକ ଏକ ଵୃଦ୍ଧାଶ୍ରମ କରିଥିଲେ I ସେହି ଵୃଦ୍ଧାଶ୍ରମ ର ଉପର ମହଲାରେ ୱେବ ପୋର୍ଟାଲ ମାଲିକାଣୀ ବିଭିନ୍ନ ଅଶ୍ଳିଳ ଫିଲ୍ମର ଶୁଟିଂ କରାଉଥିଲେ ଏବଂ ଏହି କାମ ପାଇଁ ସେ ଫୋଟୋଗ୍ରାଫୋର ମାନସ ସ୍ୱାଇଁ କୁ ଲଗାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ମିଳିଥିବା ସୂଚନାନୁସାରେ ଏହି ଅଶ୍ଳୀଳ ଫିଲ୍ମ ର କିଛି ଭିଡିଓ ମାନସଙ୍କ ପାଖରେ ରହିଥିଲା । ସେହି ଭିଡିଓ ଗୁଡ଼ିକୁ ଫେରାଇବାକୁ ପୋର୍ଟାଲର ମାଲିକାଣୀ କହିଥିଲେ । ହେଲେ ଭିଡିଓ ଗୁଡିକୁ ମାନସ ଫେରାଇ ନଥିଲେ । ଏହାପରେ ପରେ ମାନସ ସେହି ସଂସ୍ଥାରୁ କାମ ଛାଡି ଦେଇଥିଲେ I ଏହାପରେ ଚାରି ପାଂଚ ଜଣ ଲୋକଙ୍କୁ ନେଇ ୱେବ ପୋର୍ଟାଲ ମାଲିକାଣୀ ତାଙ୍କୁ ଖୋଜାଖୋଜି କରିଥିଲେ । ତେବେ ମାନସ ଚାନ୍ଦବାଲିର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ସେଠାରୁ ତାଙ୍କୁ ୱେବ ପୋର୍ଟାଲ ମାଲିକାଣୀ ଙ୍କ ଇସାରାରେ କିଛି ଲୋକ ଅପହରଣ କରି ଭୁବନେଶ୍ୱର ‘ଦୟାଲ ଆଶ୍ରମ’ କୁ ଆଣିଥିଲେ Iସେଠାରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଆଉ ଏହି ମାରପିଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଶ୍ରମର ଏକ ଖଟରେ ରକ୍ତର ଛିଟା ଲାଗିଥିବା ଦେଖିବାକୁ ମିଳିଛି । ଖଟରେ ଲାଗିଥିବା ରକ୍ତଛିଟାକୁ ପୋଛା ଯାଇଥିବା ଜଣାପଡିଛି । ଏହାପରେ ଶବ କୁ ନେଇ ନୟାଗଡରେ ପୋତି ଦେଇଥିଲେ ଅଭିଯୁକ୍ତ । ଗିରଫ ହୋଇଥିବା ୩ ଅଭିଯୁକ୍ତ ଙ୍କ ସ୍ବୀକାରୋକ୍ତି ପରେ ଚାନ୍ଦବାଲି ପୋଲିସ ତାଙ୍କୁ ଘଟଣାସ୍ଥଳକୁ ନେଇ ସିଂ ରିକ୍ରିଏଟ କରି ଶବ ଖୋଳି ବାହାର କରିଥିଲା I ଶବ ଖୋଳି ବାହାର କରିବା ପରେ ସାମାନକୁ ଆସିଛି ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୱେବ ପୋର୍ଟାଲ ମାଲିକାଣୀ ଫେରାର୍ ଅଛନ୍ତି ଏବଂ ତାଙ୍କ ଫୋନ ସୁଇଚ ଅଫ ରହିଛି । ତାଙ୍କ ସହିତ ଓ ଆଉ କିଛି ଜଣ ବ୍ୟକ୍ତି ଫେରାର ଅଛନ୍ତି ।
ବିଶେଷ ସୂତ୍ରରୁ ଯାହା ଜଣା ପଡିଛି ,ଗତ ମାସ ୨୮ -୦୨-୨୦୨୨ ରେ ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ଲାଗୁହୋଇଥିବା ଆଚରଣ ବିଧି ସରିବା ର କେଇ ଘଣ୍ଟା ପରେ ଏବଂ ପୌର ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ତାଙ୍କର ‘ସମ୍ପୂର୍ଣ୍ଣ’ ନାମକ ସାପ୍ତାହିକ ଖବର କାଗଜ ଟି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଛି

Comments are closed, but trackbacks and pingbacks are open.