କୋଭିଡ ଟିକାକରଣ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ

0 25

୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏହି ରାଜ୍ୟଗୁଡ଼ିକରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ସେହି ୫ ଟି ରାଜ୍ୟରେ କୋଭିଡ ଟୀକାକରଣ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ହଟାଇ ଦିଆଯାଇଛି I ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ଏଣିକି ଟିକାକରଣ ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ । ନିର୍ବାଚନ ସରିବା ଯାଏଁ କୋୱିନରୁ ସାର୍ଟିଫିକେଟ୍ ଡାଉନଲୋଡ଼ କଲେ ମୋଦିଙ୍କ ଫଟୋ ଦେଖିବାକୁ ମିଳିବନି । ଶନିବାର ନିର୍ବାଚନ ଆୟୋଗ ଘୋଷଣା କରିଛି ଯେ ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର ଏବଂ ଗୋଆରେ ଯଥାକ୍ରମେ ୭ ଟି ପର୍ଯ୍ୟାୟ ରେ ବିଧାନସଭା ନିର୍ବାଚନ ଫେବୃଆରୀ ୧୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ ରେ ଭୋଟ୍ ଗଣତି ହେବ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା ହୋଇଛି।
ତେବେ ଗତ ମାସରେ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ହୋଇଥିବା ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଥିଲେ । ଏମିତିକି କୋର୍ଟ ଆବେଦନକାରୀଙ୍କ ଉପରେ ଲକ୍ଷେ ଟଙ୍କା ଜୋରିମାନା ଲାଗୁ କରିଥିଲେ।
କୋର୍ଟ କହିଥିଲେ ଯେ, ତୁମେ କାହିଁକି ଆମ ପ୍ରଧାନମନ୍ତ୍ରୀଙ୍କୁ ଲଜ୍ଜିତ କରୁଛୁ। ରାଜନୈତି ଉଦ୍ଦେଶ୍ୟ ରଖି ନିଜର ପ୍ରଚାର ପାଇଁ ଏମିତି ଆବେଦନ କରାଯାଇଥିବାରୁ ଏହାକୁ ଖାରଜ କରିଦିଆଯାଇଛି। ଏହାପୂର୍ବରୁ ପଶ୍ଚିମବଙ୍ଗ ଓ ଅନ୍ୟ ଉପ ନିର୍ବାଚନ ବେଳେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ। ତେଣୁ ସରକାରଙ୍କୁ ବିରୋଧୀ ଘେରିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ବାଦ୍ ଦିଆଯାଇଛି ।
ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, “ମଡେଲ ଆଚରଣ ସଂହିତା ଲାଗୁ ହେତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ୫ ଟି ରାଜ୍ୟରେ ​​ଲୋକଙ୍କୁ ଦିଆଯାଇଥିବା କୋଭିଡ -19 ଟୀକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀଙ୍କ ଛବି ହଟାଇବା ପାଇଁ କୋୱିନ ପ୍ଲାଟଫର୍ମରେ ଆବଶ୍ୟକ ଫିଲ୍ଟର ଲଗାଇବ। ପାଇଁ ରାଜ୍ୟଗୁଡିକ କହିଛନ୍ତି। ”

Leave A Reply

Your email address will not be published.