ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟ ପାଇଁ ଲୋଡା ନାହିଁ ପିଏଚଡି ଡିଗ୍ରୀ :କେନ୍ଦ୍ର

30

କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ୨୦୧୮ ଶିକ୍ଷା ବର୍ଷରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପିଏଚଡି ଡିଗ୍ରୀକୁ ଅନିବାର୍ଯ୍ୟ କରିଥିଲେ । ହେଲେ ଏବେ ଏହି ନିୟମକୁ କୋହଳ କରିଛନ୍ତି ସରକାର । ଚଳିତ ବର୍ଷ ଆସିଷ୍ଟାଣ୍ଟ ପଦ ନିଯୁକ୍ତି ପାଇଁ ଆଉ ଅନିବାର୍ଯ୍ୟ ହେବନି ପିଏଚଡି ଡିଗ୍ରୀ । କୋଭିଡ-୧୯ର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି । ସୂଚନା ମୁତାବକ, ୨୦୧୮ ଶିକ୍ଷା ବର୍ଷରେ ଏହି ପଦରେ ନିଯୁକ୍ତି ପାଇଁ ପିଏଚଡି ଅନିବାର୍ଯ୍ୟ କରାଯାଇଥିଲା । କିନ୍ତୁ ଦୁଇ ବର୍ଷ ଧରି କରୋନା ଯୋଗୁଁ ଆଶାୟୀ ପ୍ରାର୍ଥୀମାନେ ପିଏଚଡି ଶେଷ କରିପାରିନାହାଁନ୍ତି । ତେଣୁ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଏହି ନିୟମକୁ ବଦଳାଇଦିଆଯାଇଛି । ନୂଆ ନିୟମ ଅନୁସାରେ ପୋଷ୍ଟ ଗ୍ରାଜୁଏସନ୍ ସହ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ୍ (NET)କ୍ୱାଲିଫାଏ କରିଥିବା ପ୍ରାର୍ଥୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଆସିଷ୍ଟାଣ୍ଟଣ୍ଟ ପ୍ରଫେସର ପଦ ପାଇଁ ଆବେଦନ କରିପାରିବେ । କରୋନା ଯୋଗୁଁ ପିଏଚଡି ଶେଷ କରିପାରିନଥିବା ସମସ୍ୟାକୁ ଦିଲ୍ଲୀ ୟୁନିଭର୍ସିଟି ଆସୋସିଏସନ୍( DUTA ) ସେପ୍ୟେମ୍ବର ୧୫ ତାରିଖରେ ୟୁଜିସି ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ ।କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି ସମସ୍ୟା ନେଇ ଅନେକ ପ୍ରାର୍ଥୀଙ୍କ ଅନୁରୋଧ ଉପରେ ବିଚାର ବିମର୍ଷ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ଶେଷ ସୁଦ୍ଧା ସମସ୍ତ ସେଣଟ୍ରାାଲ ୟୁନିଭର୍ସିଟି ମାନଙ୍କରେ ପାଖାପାଖି ୬୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ସୂଚନା ଦେଇଛନ୍ତି ଧମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଖୁବ୍ ଶିଘ୍ର ୟୁନିଭର୍ସିଟି ଓ ମହାବିଦ୍ୟାଳୟ ଗୁଡିକୁ ସର୍କୁଲାର ଜାରି କରାଯିବ, ଏହାଦ୍ୱାରା ଯଥାଶିଘ୍ର ପ୍ରର୍ଥୀମାନେ ଆବେଦନ କରିପାରିବୋ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.