କରୋନା ବିରୁଦ୍ଧରେ ଲଢ଼ିବ ପିଫାଇଜର ଟାବଲେଟ : ଘରୋଇ ସଂକ୍ରମିତ ବ୍ୟକ୍ତି ଙ୍କ ପାଇଁ ଆମେରିକା ଦେଲା ଅନୁମତି

15

କୋଭିଡ ରେ ସଂକ୍ରମିତ ବ୍ୟକ୍ତି ଙ୍କ ର ଘରୋଇ ବ୍ୟବହାର ପାଇଁ ଆମେରିକା Pfizer ର Kovid 19 ବଟିକାକୁ ଅନୁମୋଦନ କରିଛି I କମ୍ପାନୀ କହିଛି ଯେ ଏହି ବଟିକା କରୋନା ରୋଗୀଙ୍କ ପାଇଁ ଲାଭଦାୟକ ଅଟେ। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଏହି ଆଣ୍ଟିଭାଇରାଲ୍ COVID-19 ବଟିକାକୁ ମଞ୍ଜୁର କରିଛି ବୋଲି ପିଫାଇଜର ସୂଚନା ଦେଇଛି I ଏହା ଦୃତ ଗତିରେ ବ୍ୟାପୁଥିବା ଓମିକ୍ରନ ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ହସ୍ପିଟାଲରେ ଭର୍ତି ହେଉଥିବା କୋଭିଡ ରୋଗୀ ଏବଂ ଅଧିକ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ବଟିକା ୯୦ ପ୍ରତିଶତ ଫଳପ୍ରଦ ବୋଲି ଏହାର କ୍ଲିନିକାଲ ପରୀକ୍ଷାରୁ ଜଣାପଡିଛି । ଏହା ଓମିକ୍ରନ କ୍ଷେତ୍ରରେ ମଧ୍ୟ ଫଳପ୍ରଦ ବୋଲି ସୂଚନା ମିଳିଛି । ତେବେ ୧୨ ବର୍ଷରୁ ଅଧିକ ଥିବା ସମସ୍ତ ରୋଗୀଙ୍କୁ ଏହି ଟିକା ଦିଆଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଆମେରିକାରେ ଏହି ବଟିକା ଯଥା ଶିଘ୍ର ପହଂଚାଇବା ପାଇଁ କମ୍ପାନୀ ପ୍ରସ୍ତୁତ ରହିଥିବା କହିଛି । ବ୍ରିଟେନ ଭଳି ଆମେରିକାରେ ବି ଓମିକ୍ରନ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଚାଲିଛି । ଯଦିଓ ଏଥିରେ ଲୋକେ ଅଧିକ ଗୁରୁତର ହେଉନାହାନ୍ତି କିନ୍ତୁ ସଂକ୍ରମଣ ଖୁବ ଜୋରରେ ବ୍ୟାପୁଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ଫାଇଜର କୋଭିଟ ଟାବଲେଟକୁ ଅନୁମତି ପ୍ରଦାନ କରିଛି

Leave A Reply

Your email address will not be published.