ପରଲୋକରେ ପରଭେଜ ମୁଶାରଫ

17

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ ହୋଇଯାଇଛି । ଦୁବାଇର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ଅସୁସ୍ଥ ପରଭେଜ ମୁଶାରଫ ଅସୁସ୍ଥ ଥିଲେ ଏବଂ ତାଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି । ପାକିସ୍ତାନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ଏହାପୂର୍ବରୁ ମଧ୍ୟ ପରଭେଜ ମୁଶାରଫଙ୍କର ମୃତ୍ୟୁ ଖବର ସାମାଜିକ ଗଣମାଧ୍ୟମରେ ପ୍ରଚାର ହୋଇଥିଲା ।

ଏହି ଖବରକୁ ତାଙ୍କ ପରିବାର ଲୋକେ ଖଣ୍ଡନ କରିଥିଲେ । ତେବେ ଅନେକ ଦିନ ଧରି ବିଭିନ୍ନ ଶରୀରିକ ସମସ୍ୟା ଯୋଗୁଁ ସେ ଚିକିତ୍ସାଧିନ ଥିଲେ । ବିଶେଷ କରି ‘ଅମାଇଲାଇଡୋସିସ’୍ ନାମକ ବିରଳ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ । ତାଙ୍କର ପରଲୋକ ହୋଇଥିବା ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରସାର କରାଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ କାରଗିଲ ଯୁଦ୍ଧବେଳେ ପରଭେଜ ମୁଶାରଫ ସେନାମୁଖ୍ୟ ଥିଲେ ଏବଂ ଭାରତ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ ।

Comments are closed, but trackbacks and pingbacks are open.