ରାଶି ଅନୁସାରେ ବ୍ୟକ୍ତିତ୍ୱ : ଏହି ୫ ଟି ରାଶି ର ବ୍ୟକ୍ତି ଙ୍କ ପାଖରେ ଜନ୍ମରୁ ନେତୃତ୍ୱ ନେବାର ଦକ୍ଷତା ଥାଏ

32

ରାଶି ଅନୁସାରେ ବ୍ୟକ୍ତିତ୍ୱ: ଏହି ୫ ଟି ରାଶିର ବ୍ୟକ୍ତିମାନ ଙ୍କ ପାଖରେ ନେତୃତ୍ୱ ନେବାର କ୍ଷମତା ରଖିଥାନ୍ତି,ଜନ୍ମରୁ ହିଁ ସେମାନଙ୍କର ଏହି ଦକ୍ଷତାର ପରିପ୍ରକାଶ ହୋଇଥାଏ I ସେମାନେ ଯେଉଁଆଡ଼େ ଯାଆନ୍ତି, ନିର ଏକ ସଂଗଠନ ଗଢି ଶକ୍ତି ସଂଗ୍ରହ କରିପାରନ୍ତି I ଆସନ୍ତୁ ଜାଣିବା କେଉଁ କେଉଁ ରାଶି ର ବ୍ୟକ୍ତି ଏହି ସବୁ ଗୁଣ ର ଅଧିକାରୀ ହୋଇ ଥାନ୍ତି :

ବ୍ୟକ୍ତି ର ନେତୃତ୍ୱ ନେବାର ଦକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ,କାରଣ ଏହା ଜଣେ ବ୍ୟକ୍ତିର ସଫଳତା ଏବଂ ବିଫଳତା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ I ଅଧିକାଂଶ କ୍ଷେତ୍ରରେ ଉଚ୍ଚ ପଦବୀରେ ପହଞ୍ଚିବା ପାଇଁ ନେତୃତ୍ୱ ରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I ଏହା ବିନା ସଫଳତା ହାସଲ କରିବା କଷ୍ଟକର, ତେଣୁ ଲୋକମାନେ ବିଭିନ୍ନ ନେତୃତ୍ୱ ବିଷୟରେ ତାଲିମ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦିଅନ୍ତି I କିନ୍ତୁ କିଛି ଲୋକଙ୍କ ମଧ୍ୟରେ ନେତା ହେବାର ଏହି ଗୁଣଟି ଅନ୍ତର୍ନିହିତ ଅଟେ I ଏହି ଲୋକମାନେ ସମସ୍ତ କାର୍ଯ୍ୟକୁ ଦକ୍ଷତାର ସହିତ କରନ୍ତି ଏବଂ ନିଜ ନେତୃତ୍ୱ ବଳରେ ପ୍ରତ୍ୟେକ ପ୍ରକାରର ପରିସ୍ଥିତିକୁ ମଧ୍ୟ ସହଜରେ ପରିଚାଳନା କରନ୍ତି I

ଏହି ରାଶିର ଲୋକମାନ ଙ୍କ ପାଖରେ ଜନ୍ମରୁ ହିଁ ନେତୃତ୍ୱ ନେବାର ଦକ୍ଷତା ରଖିଥାନ୍ତି I
ମେଷ: ମେଷ ରାଶି ର ସ୍ୱାମୀ ମଙ୍ଗଳ ,ଏହା ବ୍ୟକ୍ତିଙ୍କୁ ନମ୍ର, ଶକ୍ତିଶାଳୀ, କୁଶଳୀ ଏବଂ ରାଜନେତା କରିଥାଏ I ରାଜନୀତି ବ୍ୟତୀତ ଏହି ରାଶିର ଲୋକମାନେ ପ୍ରଶାସନ, ପ୍ରତିରକ୍ଷା-ସୁରକ୍ଷା, କମ୍ପାନୀରେ ଉଚ୍ଚ ପଦବୀରେ ପହଞ୍ଚନ୍ତି I ତଥାପି, ବେଳେବେଳେ ସେମାନେ ନିଜ ଅହଂକାର ର ବଶବର୍ତ୍ତୀ ହୋଇଥାନ୍ତି ଯାହା ସେମାନଙ୍କୁ କ୍ଷତି ପହଞ୍ଚାଇ ଥାଏ

ସିଂହ : ସିଂହ ରାଶି ର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ, ଏହି ରାଶି ର ଲୋକମାନେ ଅତ୍ୟନ୍ତ ଆତ୍ମବିଶ୍ୱାସୀ, ଆଜନ୍ମ ନେତା ଏବଂ ଶକ୍ତିଶାଳୀ ହୋଇଥାନ୍ତି I କେବଳ ଏହି ସଫଳତା ସିଂହ ରାଶି ର ବ୍ୟକ୍ତି ଙ୍କୁ ସୂର୍ଯ୍ୟଙ୍କ ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ I ତେଣୁ, ସୂର୍ଯ୍ୟଙ୍କ ଅନୁଗ୍ରହରେ ସିଂହ ରାଶିର ଲୋକମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଥାନ୍ତି I ଏହା ସହିତ ସେମାନେ ଗୁରୁତ୍ୱପୂର୍ଣ୍ଣ ପଦବୀ ରେ ଅଧିଷ୍ଠିତ ହୋଇ ଅଭୁ ମାନ ସମ୍ମାନ ପାଇଥାନ୍ତି I ସେମାନଙ୍କ ମଧ୍ୟରେ ଅତ୍ୟନ୍ତ ନିର୍ଭିକ ହୋଇଥିବାରୁ ବା ବେଳେବେଳେ କାହାକୁ ଖାତିର ନ କରିବାରୁ ଅନ୍ୟ ମାନଙ୍କ ସହିତ ସହିତ ଅତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରିଥାନ୍ତି I

ବିଛା: ବିଛା ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ। ତେଣୁ, ଏହି ରାଶି ର ଲୋକମାନେ ମଧ୍ୟ ସାହସୀ ଏବଂ ଆଜନ୍ମ ନେତା ହେବାର ଦକ୍ଷତା ରଖିଥାନ୍ତି I ସେମାନେ ଯେଉଁ କ୍ଷେତ୍ରକୁ ଯାଆନ୍ତି ସେମାନେ ସର୍ବଦା ଆଗରେ ରହିବାକୁ ପସନ୍ଦ କରିଥାନ୍ତି I କିନ୍ତୁ ଯଦି ସେମାନଙ୍କ ମଧ୍ୟରେ କ୍ରୋଧ ଏବଂ ଅହଂକାରର ଭାବନା ବଢିଥାଏ , ତେବେ ସେମାନେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ନିଜର ଏବଂ ସମାଜ ର କ୍ଷତି ପହଂଚାଇ ଥାନ୍ତି I

ମକର : ମକର ରାଶିର ସ୍ୱାମୀ ହେଉଛନ୍ତି ଶନି ଏବଂ ଶନି ହେଉଛନ୍ତି ନ୍ୟାୟର ଦେବତା I ତେଣୁ ଏହି ରାଶିର ଲୋକମାନେ କେବଳ ନ୍ୟାୟଯୁକ୍ତ ନୁହଁନ୍ତି, ବରଂ ସେମାନେ ଅନ୍ୟମାନଙ୍କ ଅଧିକାର ପାଇଁ ଲଢ଼ିବାକୁ ସର୍ବଦା ପ୍ରସ୍ତୁତ ଅଟନ୍ତି I ନେତୃତ୍ୱ ଦକ୍ଷତା ମଧ୍ୟ ସେମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଅଟେ I ସାଧାରଣତ , ଏହି ରାଶିର ଲୋକମାନେ ରାଜନେତା, ଅଧିକାରୀ, ବିଚାରପତି, ବ୍ୟବସାୟୀ, ଡାକ୍ତର ଏବଂ ବୈଜ୍ଞାନିକ ହୋଇଥାନ୍ତି I

କୁମ୍ଭ: କୁମ୍ଭର ରାଶି ର ସ୍ୱାମୀ ହେଉଛନ୍ତି ଶନି ଇ ଏହି ରାଶି ର ବ୍ୟକ୍ତିମାନଙ୍କର ଅନ୍ତର୍ନିହିତ ନେତୃତ୍ୱ ନେବାର ଦକ୍ଷତା ଥାଏ I ଏହି ରାଶିର ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ଅଟନ୍ତି ଇ ଜଣେ ସଫଳ ନେତା ହେବା ପାଇଁ ସେମାନଙ୍କ ନିକଟରେ ସମସ୍ତ ଗୁଣ ଥାଏ ଯାହା ସେମାନଙ୍କୁ କରିଥାଏ I ସେମାନଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ହେଲେ ମଧ୍ୟ , ସେମାନେ ମଧ୍ୟ ଏଥିରୁ ଭୟ କରନ୍ତି ନାହିଁ , ସଂଘର୍ଷ କରି ଆଗକୁ ବଢି଼ଥାନ୍ତି ଏବଂ ନିଜର ପରିଚୟ ସୃଷ୍ଟି କରିଥାନ୍ତି I

Leave A Reply

Your email address will not be published.